ଓଡିଶା

ମେଡିକାଲରୁ ଖସିଗଲା ହେଲେ ଡ୍ରେନରୁ ଧରାପଡିଲା

(ରାଉରକେଲା) ; ଦୁଷ୍କର୍ମକାରୀକୁ ଡ୍ରେନରୁ କାବୁ କଲା ପୁଲିସ । ପୁଲିସ ହାତରୁ ଖସି ଡ୍ରେନରେ ଲୁଚିଥିଲା ଅଭିଯୁକ୍ତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ । ସୂଚନା ଅନ୍ୟୁାୟୀ ଗତକାଲି ଜଣେ ଗଣ ଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ରାଉରକେଲା ସରକାରୀ ମେଡିକାଲ ନେଇଥିବା ବେଳେ ମେଡିକାଲରୁ ପୋଲିସକୁ ଚକମା ଦେଇ ଖସିଗଲା ଅଭିଯୁକ୍ତ । ଆଉ ଅଗ୍ରସେନ୍ ଭବନ ନିକଟରେ ଥିବା ଡ୍ରେନ୍ ଭିତରକୁ ପଶିଗଲା। ପୁଲିସ ଗତକାଲି ରାତି ୧୦ଟା ପର୍ୟ୍ୟନ୍ତ ଡ୍ରେନରେ ଖୋଜାଖୋଜି କରିଥିଲା ।ହେଲେ ଅଭିଯୁକ୍ତକୁ ପାଇନଥିଲେ । ଆଜି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ରାଉରକେଲା ପୋଲିସର ଏକ ସ୍ପେଶାଲ୍ ଟିମ୍ । ଦୀର୍ଘ ସମୟ ଖୋଜାଖୋଜି ପରେ ଡ୍ରେନ୍ ଭିତରୁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ। ଡ୍ରେନ୍ ଭିତରୁ ଆଣିବା ପରେ ପୁଲିସ ତାକୁ ଧୋଇଥିଲା। ଏହି ଘଟଣାରେ ରାଉରକେଲା ଏସପି ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ ମଧ୍ୟ କରିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ପୂର୍ବରୁ ମଧ୍ୟ ରାଉରକେଲାରେ ପୁଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା।

Related posts

ପାରାଦ୍ୱୀପ ଏନଏସି ହାଇସ୍କୁଲରେ ଭିନ୍ନକ୍ଷମ ଚିହ୍ନଟୀକରଣ କ୍ୟାମ୍ପ

mahabharatanews

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

mahabharatanews

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

mahabharatanews