ଓଡିଶା

ଗାଁର ଦୁଇ ଜଣ ଭାଲୁର ଶିକାର

ତେଲକୋଇ: ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ । କେଉଁଠି ହାତୀ ଆକ୍ରମଣ ତ ଆଉ କେଉଁଠି ଭାଲୁ ଆକ୍ରମଣର ଶିକାର ହେଉଛନ୍ତି ସ୍ଥାନୀୟ ଲୋକେ । ସେହିପରି ତେଲକୋଇ ରେଞ୍ଜ ଅଧୀନ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଗୁଡିକଂସର ଗାଁରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଗ୍ରାମବାସୀ । ଏହି ଆକ୍ରମଣରେ ଘନ ମୁଣ୍ଡା ଏବଂ ଜିତେନ୍ଦ୍ର ବେହେରା ଦୁଇ ଜଣ ଗୁରୁତର ହୋଇଛନ୍ତି । ବେପାର ଉଦ୍ଦେଶ୍ୟରେ ପ୍ରତିଦିନ ସକାଳୁ ନିଜ ଗାଁ ପୁରୁଯୋଡାରୁ ଗୁଡିକଂସର ଗାଁକୁ ଯାଇଥିବା ବେଳେ ରାସ୍ତାରେ ଏପରି ଅଘଟଣ ଘଟିଛି । ଗୋଟିଏ ଭାଲୁ ତାଙ୍କ ୁପରକୁ ହଠାତ ଆକ୍ରମଣ କରିଛି । ସେହିପରି ବେଣାମୁଣ୍ଡା ଗାଁର ଘନ ମୁଣ୍ଡା ସାଇକେଲରେ ଗୁଡିକଂସର ଗାଁକୁ ଯିବା ସମୟରେ ଭାଲୁ ହାବୁଡରେ ପଡିଥିଲେ । ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାଳିଆହତା ପ୍ରାତମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Related posts

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

mahabharatanews

ବର୍ଷାରେ ଭିଜିଲା ସାରା ଓଡିଶା,୧୩ ଜିଲ୍ଲାକୁ  ୟେଲୋୱାର୍ଣ୍ଣିଂ ଜାରି

mahabharatanews