ଅପରାଧ

ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରେ ୩ଟି ବୋମାମାଡ

କୋଲକାତା: ପଶ୍ଚିମବଙ୍ଗର ଜଗତଦଲ ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରେ ବୋମାମାଡ । ବୁଧବାର ସକାଳେ ଏହି ବୋମାମାଡ କରାଯାଇଛି । ସକାଳ ପ୍ରାୟ ସାଢ଼େ ୬ଟାରେ ସିଂହଙ୍କ ଘର ଉପରକୁ ୩ଟି ବୋମା ମାଡ କରାଯାଇଥିଲା । ତେବେ ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଜି ସକାଳ ପ୍ରାୟ ସାଢେ ୬ଟାରେ ଜଗତଦଲ ସ୍ଥିତ ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରେ ୩ଟି ବୋମାମାଡ କରାଯାଇଥିଲା । ତେବେ ସବୁ ବୋମା ଘରର ଗେଟରେ ବାଜିଥିଲା । ଏହି ବୋମାମାଡ ସମୟରେ ସାଂସଦ ଘରେ ନ ଥିଲେ । ଏହି ଆକ୍ରମଣକୁ ବିଜେପି ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହି ଆକ୍ରମଣ ଟିଏମସି ପକ୍ଷରୁ ହୋଇଥିବା ବିଜେପି ଅଭିଯୋଗ କରିଛି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି ଟିଏମସି । ଏହି ଆକ୍ରମଣ ବିଜେପିର ଆଭ୍ୟନ୍ତରିଣ କନ୍ଦଳର ପରିଣତି ବୋଲି କୁହାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Related posts

ଯୌନ ଉତ୍ପୀଡନ ମାମଲ।ରେ ଗିରଫ ସ୍ୱ।ମୀ ଚିନ୍ମାୟାନନ୍ଦଙ୍କୁ ଜାମିନ

mahabharatanews

ଜମି ବିବାଦକୁ ନେଇ ବାଲିଅନ୍ତାରେ ବୋମାମାଡ

mahabharatanews

ଛାତ୍ରଙ୍କୁ ମାଡ଼ ମାରି ଅଡ଼ୁଅ।ରେ ଶିକ୍ଷକ

mahabharatanews