ଓଡିଶା

ସେଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର: ୨୫୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ସେଲ୍ ପକ୍ଷରୁ କରୋନା ଟିକା କରଣ କରାଯାଉଛି । ସେଲ ତାର କର୍ମଚାରୀଙ୍କ ସମେତ ସେଲ ନିକଟବର୍ତ୍ତୀ ବାସିନ୍ଦା ତଥା ରାଉରକେଲାରେ ବସବାସ କରୁଥିବା ଗରିବ ଓ ଅବହେଳିତ ଶ୍ରେଣୀର ଲୋକମାନଙ୍କ ସ୍ୱାସ୍ଥ୍ୟ ତଥା ସାମଗ୍ରିକ ବିକାଶ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆଯୋଜନ କରିଆସୁଛି । ଏହି କ୍ରମରେ ପାରିପାର୍ଶ୍ୱିକ ଅଞ୍ଚଳର ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ସୁବିଧା ଯୋଗାଇଦେବା ପାଇଁ ସିଏସଆର ବିଭାଗ ଏବଂ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ ମିଳିତ ଭାବରେ ସେପ୍ଟେମ୍ବର ୭ ତାରିଖରେ ଝିରପାଣିଠାରେ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା।
ଆର ଏସ ପି ର ନୂତନ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏହି ପରି ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇବାରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହୋଇଛି। ଏହି ଅବସର ରେ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ଆଇଜିଏଚ୍ ର ଓ ଏଣ୍ଡ ଜି ବିଭାଗ ର ଡାକ୍ତର ସତ୍ୟଜିତ ମିଶ୍ର ଏବଂ ଶିଶୁରୋଗ ବିଭାଗ ର ଡାକ୍ତର ୟୋଗେଶ ପରୀକ୍ଷା କରିଥିଲେ।
ଏହାପୂର୍ବରୁ ୩ ସେପ୍ଟେମ୍ବରରେ ସେକ୍ଟର -୬ ରେ ଆଉ ଏକ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଆଇଜିଏଚ୍ ର ମେଡିସିନ୍ ବିଭାଗ ର ଡାକ୍ତର ଆଦିତ୍ୟ ଦାସ ଏବଂ ଶିଶୁରୋଗ ବିଭାଗର ଡାକ୍ତର ପୁନମ୍ ଏକ୍କା ପରୀକ୍ଷା କରିଥିଲେ।
ଉଭୟ ଶିବିର ରେ ରକ୍ତ ଶର୍କରା ଏବଂ ଅନ୍ୟାନ୍ୟ ବାୟୋ କେମେଷ୍ଟ୍ରି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଥୋଲୋଜିଷ୍ଟ ଶ୍ରୀ ଜେ କେ ମାଜି ଙ୍କ ଦ୍ୱାରା ରକ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା । ଆଇଜିଏଚ ର ଫାର୍ମାସିଷ୍ଟମାନେ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ଏହି ଅବସରରେ ଡେଙ୍ଗୁ ଉପରେ ସଚେତନତା କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବମ ଡେଙ୍ଗୁ ସଚେତନତା ସମ୍ବନ୍ଧୀୟ ଲିଫଲେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ସିଏସ୍ଆର୍ ର ଜିଏମ୍ ଶ୍ରୀମତୀ ମୁନମୁନ ମିତ୍ରା ଏବଂ ଡିଜିଏମ୍ ଶ୍ରୀ ଦୁଷ୍ମ୍ଂତ ପ୍ରଧାନ ସଂଯୋଜନା କରିଥିଲେ।

Related posts

୨୨ରୁ ଧାରଣାରେ ବସିବେ ବସ ମାଲିକ , ୧ରୁ ବସ୍‌ ଧର୍ମଘଟ

mahabharatanews

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬

mahabharatanews

ଫେବୃଆରୀ ୧୭ ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

mahabharatanews