ଓଡିଶା

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଶୁଣିଲେ ସରକାର

(ଭୁବନେଶ୍ୱର) ; ବୁଧବାର ଦିନ ବିଧାନ ସଭା ଆଗରେ ହାତ କାଟିବା ସହ ବିଷ ପିଇ ଆତ୍ମ ହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ରାତାରାତା ଦୁଷ୍ମନ୍ତଙ୍କ ସବ ସକ୍ରାର କରାଯାଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଜଗତସିଂପୁର ବିଡିଓ ୧ଲକ୍ଷ ଦେଇଥିବା ବେଳେ ଆଉ ୧୦ ଲକ୍ଷ ଦେବାକୁ ମଧ୍ୟ ପ୍ରତିଶ୍ୃତି ଦେଇଛନ୍ତି । ତା ସହ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କ ଶୀକ୍ଷାଗତ ଯୋଗ୍ୟତା ଅନୁଯାୟୀ ତାଙ୍କୁ ସରକାରୀ ଚାକିରୀ ମଧ୍ୟ ପ୍ରଦାନ କରାଯିବା ନେଇ ମୌଖିକ ପ୍ରତିଶୃତି ଦିଆଯାଇଥିବା ସୂଚନା ମିଳିିଛି । ବଞ୍ଚିଥିବା ଅବସ୍ଥାରେ ସରକାର ଶୁଣିଲାନି କିନ୍ତୁ ମରିବା ପରେ ଦୁଷ୍ମନ୍ତଙ୍କ ଘରକୁ ଦୌଡୁଛି ପ୍ରଶାସନ । ସୂଚନା ଅନୁଯାୟୀ ଏସ୍ସିବି ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ ଈଝକଣ କାର୍ଡରେ ଚିକିତ୍ସା ସୁବିଧା ମିଳୁ ନଥିବା ଅଭିଯୋଗ କରି ବିଧାନସଭା ସମ୍ମୁଖରେ ହାତ କାଟି ବିଷ ଦେଇଥିବା ଜଗତସିଂପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ୍ସିବି ପଠାଯାଇଥିବା ବେଳେ ସେଠାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରି ଦିଆଗଲା। ଏହାକୁ ନେଇ ଗାଁ ଲୋକ ଅସନ୍ତୋଷ ଜାହିର କରିବାରୁ ସତ୍କାର ବେଳେ ଦୁଷ୍ମନ୍ତଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ବୋଲି ସଫେଇ ଦେଇଛନ୍ତି ପ୍ରଶାସନିକ ଅଧିକାରୀ।

Related posts

ଜି-୨୦ ଅଧ୍ୟକ୍ଷତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ମହାଶିବରାତ୍ରୀ

mahabharatanews

ଅକ୍ଟୋବରରେ ତୃତୀୟ ଲହର, ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ

mahabharatanews