ଓଡିଶା

ବସ୍, ସ୍କୁଟି ମୁହାଁ ମୁହିଁ….

(ନୟାଗଡ଼): ବସ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡ଼ା ନିକଟରେ । ସୂଚନା ଅନୁଯାୟୀ ଆଜି ସକାଳୁ ୩ଜଣ ଲୋକ ସ୍କୁଟିରେ ଭୁବନେଶ୍ୱରରୁ ବାଲିଗୁଡ଼ା ଫେରୁଥିବା ବେଳେ ବଲାଙ୍ଗୀର ପଟୁ ଆସୁଥିବା ଏକ ବସ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ମନୋଜ ନାୟକ ଓ ଆହାତ ୨ ଜଣ ହେଉଛନ୍ତି ଅଲୋକ ଶତପଥୀ ଓ ରାଧେଶ୍ୟାମ । ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଆଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏନେଇ ବସ୍ ଡ୍ରାଇଭର ଦଶପଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ।

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ବିକ୍ଷୋଭ

mahabharatanews

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦ ଡ୍ୟାମର ୧୨ଟି ଗେଟ

mahabharatanews

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ

mahabharatanews