Uncategorized

ସିନେମା ପରଦାରେ ଦାଦାଙ୍କ ବାୟୋପିକ

(ମହାଭାରତ ଲାଇଭ): ପ୍ରଥମେ ଧୋନୀ ଆଉ ଏବେ ସୌରଭ । ଧୋନୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ “ଏମ୍ଏସ୍ ଧୋନି” । ସେହିପରି ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ । ଏନେଇ ନିଜେ ସୌରଭ ସୋସିଆଲ ମଡିଆରେ ସୂଚନା ଦେଇଛନ୍ତି । ତେବେ ସୌରଭଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ମାଣ କର୍ତ୍ତା ହେଉଛନ୍ତି ଲବ ରଞ୍ଜନ ଓ ଅଙ୍କୁର ଗର୍ଗ । ଏନେଇ ଲବ ରଞ୍ଜନ ଇନଷ୍ଟ୍ରାଗ୍ରାମରେ ସୂଚନା ଦେଇଛନ୍ତି । ବିସିସିଆଇର ସଭାପତି ଥିବା ସୌରଭ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରହିଛନ୍ତିି । ୯୦ ଦଶକର କ୍ରିକେଟ କ୍ୟାରିୟର ଠାରୁ ବିସିସିଆଇ ସଭାପତି ପର୍ଯ୍ୟନ୍ତ, ବେଶ ରୋମାଞ୍ଚକର ରହିଛି ସୌରଭଙ୍କ ଯାତ୍ରା । ଭାରତୀୟ କ୍ରିକେଟର ଦାଦା ଭାବେ ଜଣାଶୁଣା ସୌରଭ ନିଜ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି । ଗତ କିଛି ଦିନ ପୂର୍ବେ ବୀରେନ୍ଦ୍ର ସେହୱାଗଙ୍କ ସହ ସୌରଭ କେବିସିକୁ ଯାଇଥିଲେ । ପୂର୍ବରୁ ଟିଭି ପରଦାରେ ସୌରଭ ଆସିଥିବା ବେଳେ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବ ଗାଙ୍ଗୁଲୀଙ୍କ କ୍ରିକେଟ ଜୀବନ ।

 

Related posts

ମୃତ ଦେହରେ କରୋନା ଭୂତାଣୁର ଆୟୁଷ, କ୍ଷମତାକୁ ନେଇ ହେବ ଅଧ୍ୟୟନ

mahabharatanews

କୋରୋନା: ବ୍ରିଟେନରେ ପ୍ରଥମ ମୃତ୍ୟୁ ସ୍ପଷ୍ଟ, ଆମେରିକାରେ ୧୨

mahabharatanews

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ

mahabharatanews