ଓଡିଶା

କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ । କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ନିର୍ଦ୍ଦେଶ । ମନ୍ଦିରରେ ଭିଡ କରିବାନି । ମନ୍ଦିର ଗଲେ କଟକଣା ମାନି ପୂଜା କରନ୍ତୁ । ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବା । ଆମେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଦେଖି ସାରିଲେଣି ।ହେଲେ ଜୀବିକାକୁ ବଞ୍ଚାଇ ରଖିବା ଆବଶ୍ୟକ ହୋଇ ପଡିଛି । ତେବେ ଜୀବିକା ବଞ୍ଚାଇ ରଖିବା ପାଇଁ ଆମକୁ ସତର୍କ ରହିବାକୁ ହେବ । ଓଡିଶା ସରକାର କରୋନା ମୁକାବିଲାରେ ଆଗୁଆ ଅଛନ୍ତି । କରୋନା ଯୁଦ୍ଧରେ ଆମେ ଅନେକାଂଶରେ ସଫଳ ହୋଇଛି । ଏହା ଜନତାଙ୍କ ଅକୁଣ୍ଠ ସହଯୋଗ ପାଇଁ ସମ୍ଭବ ହୋଇଛି ।
ଆମକୁ ଜୀବନକୁ ସ୍ୱାଭାବିକ କରିବାକୁ ହେବ । ତେଣୁ ଆମକୁ କରୋନା ଗାଇଡଲାଇନ ମାନି ଚଳିବା । ମାସ୍କ ପରିଧାନ, ସାମାଜିକ ଦୂରତା ଓ ସାନିଟାଇଜେସନକୁ ଅନୁପାଳନ କରିବାକୁ ହେବ । ଅଜଥା ଗହଳି ନ କରିବାକୁ ଏସଆରସି କହିଛନ୍ତି । ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଦ୍ୱିତୀୟ ଲହରକୁ ଦେଖିଛେ । ତେବେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ ଆମେ କରୋନା ମୁକାବିଲାରେ ଅନେକାଂଶରେ ସଫଳ ହୋଇଥିଲେ । ତେଣୁ ଆମକୁ ସଚେତନ ରହିବାକୁ ହେବ ।
ଅଯଥା ଭିଡ ନ କରି ଯଥା ସମ୍ଭବ ଘରେ ରହିବା । ଗଣେଶ ପୂଜାରୁ ପାର୍ବଣ ଋତୁ ଆସିଛି । ତେଣୁ ଆମକୁ ସତର୍କ ରହିବାକୁ ହେବ । ପିଲାଙ୍କୁ ଭିଡ ସ୍ଥାନକୁ ଛାଡିବା ନାହିଁ । ଏହି ମହାମାରୀ ପାଇଁ ଆମେ ଦେଢ ବର୍ଷ ଧରି ପର୍ବପର୍ବାଣିକୁ ପରମ୍ପରା ରକ୍ଷା ପାଇଁ ଅନୁମତି ଦେଇଛୁ । ଆଗକୁ ତୃତୀୟ ଲହର ସମ୍ଭାବନା ରହିଛି । ତେଣୁ ଭିଡକୁ ନ ଯିବାକୁ ଚେଷ୍ଟା କରିବା ।

Related posts

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews

ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews

ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କଲେ

mahabharatanews