ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ମିଳିଛି ଏକ ବଡ ସଫଳତା, ଧରା ପଡିଲା ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ । ଏମାନଙ୍କୁ ଗିରଫ କରାଯିବା ସହିତ ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ରୂପା ଗହଣା ଜବତ ହୋଇଛି । ଚୋରଙ୍କ ସହ ରିସିଭରମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି ।
ପୋଲିସ ରିପୋର୍ଟ ମୁତାବକ ଭଦ୍ରକ ଜିଲ୍ଲା ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଗତ ୨୨ ତାରିଖରେ ଚୋରି ହୋଇଥିଲା । ଏ ନେଇ ଗ୍ରାମାଞ୍ଚଳ ତାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତରଫରୁ ତନାଘନା ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ପୋଲିସ ହାତରେ ଲାଗିଥିଲା ଏକ ଗାଡିର ନମ୍ବର ପ୍ଲେଟ ଯାହାକୁ ନେଇ ତଦନ୍ତ ଆଗକୁ ବଢାଇ ଗ୍ୟାଭ୍ଗ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ । କେବଳ ଘରେ ନୁହେଁ ଏମାନେ ଅଳଙ୍କାର ଦୋକାନରେ ପଶି ଲୁଟ କରୁଥିବା ମଧ୍ୟ ପୋଲିସକୁ ଖବର ମିଳିଥିଲା । ଏହାପରେ ଗ୍ୟାଙ୍ଗକୁ ଠାବ କରି ପୋଲିସ ୫ ଜଣ ସିନ୍ଧିଚୋରଙ୍କ ସମେତ ୪ ରିସିଭରଙ୍କୁ ଗିରଫ କରିଛି । ଭଦ୍ରକ ବ୍ୟତୀତ ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, ଭୁବନେଶ୍ୱର ଆଦି ଜିଲ୍ଲା ମାନଙ୍କରେ ମଧ୍ୟ ଲୁଟର କଳାଧନ୍ଦା ଜାରି ରଖିଥିଲେ । ଗିରଫ ପରେ ସେମାନଭ୍କ ନିକଟରୁ ମୋଟ ୩୧୨ ଗ୍ରାମର ସୁନା, ୪ କେଜି ରୂପା ସହିତ ବିଭିନ୍ନ ଚୋରି ସାମଗ୍ରୀ ପୋଲିସ ଜବତ କରିଛି । ଏହା ସହିତ ବାଇକ, ମୋବାଇଲ ଏବଂ ଖେଳଣା ବନ୍ଧୁକ ଇତ୍ୟାଦି ପୋଲିସ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।