ଅମ୍ରିତସର: ପାକିସ୍ତାନ ଡ୍ରୋନ ଜରିଆରେ ଭାରତକୁ ହେରୋଇନ ଚାଲାଣ କରୁଛି । ପଞ୍ଜାବ ସୀମା ଦେଇ ଡ୍ରୋନ ମାଧ୍ୟମରେ ଅମ୍ରିତସରକୁ ହେରୋଇନ ଚାଲାଣ ହେଉଥିଲା । ଡ୍ରୋନ ଉଡିବା ଶବ୍ଦ ଶୁଣି ବିଏସଏଫ ପକ୍ଷରୁ ଗୁଳିବାରି କରାଯାଇଥିଲା । ଫଳରେ ଡ୍ରୋନ ଦ୍ୱାରା ପଞ୍ଜାବର ଅମ୍ରିତସରକୁ ଆସଥିବ।। ୬ କେଜି ହେରୋଇନକୁ ସେଠାରେ ଫିଙ୍ଗି ଡ୍ରୋନ ଉଡିଯିବାରେ ସକ୍ଷମ ହୋଇଥିବା ବେଳେ ବିଏସଏଫ ହେରୋଇନ ଜବତ କରିଛି ।
ବିଏସଏଫ ପକ୍ଷରୁ କୁହାଯାଇଛି, ଗୁରୁବାର ଶୁକ୍ରବାର ରାତିରେ ବିଏସଏଫ ଟିମ ପାଟ୍ରୋଲିଂ କରୁଥିବା ବେଳେ ୬ ପ୍ୟାକେଟ ହେରୋଇନ ଜବତ କରିଥିଲା । ଏହାର ଓଜନ ୬ କେଜିର ହେବ । ପାଟ୍ରୋଲିଂ ଟିମକୁ ଡ୍ରୋନ ଶବ୍ଦ ହେବାରୁ ସୁରକ୍ଷାବଳ ପକ୍ଷରୁ ତାହା ଉପରେ ଗୁଳିବର୍ଷା ହୋଇଥିଲା । ଫଳରେ ଡ୍ରୋନଟି ପାକିସ୍ତାନ ସୀମା ଆଡକୁ ଚାଲିଯାଇଥିଲା । ଏହା ପରେ ସେହି ଅଞ୍ଚଳର ସର୍ଚ୍ଚ ଅପରେସନ କରି ୬ କୋଜିର ହେରୋଇନ ଜବତ କରାଯାଇଥିଲା । ପାକିସ୍ତାନ ଦେଶ ଭିତରକୁ ଦେଶ ବିରୋଧୀ ସାମଗ୍ରୀ ଚାଲାଣ ଚଳ।।ଇଛି । ଏହି ଚାଲାଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । ତେବେ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସମସ୍ତ ଉପାୟକୁ ପ୍ରତିହତ କରାଯାଉଛି । ଆଜି ପର୍ଯ୍ୟନ୍ତ ବିଏସଏଫ ଓ ଏହାର ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ୩୨୪.୫୦୯ କେଜିର ହେରୋଇନ ଜବତ କରି ସାରିଛି ।
previous post