Uncategorized

ବନ୍ୟା ଜଳରେ ଭାସୁଛି ବିମାନ

ନୂଆଦିଲ୍ଲୀ: ବର୍ଷାରେ ବେହାଲ ଜାତୀୟ ରାଜଧାନୀ । ସବୁଆଡେ ବନ୍ୟା ପରିସ୍ଥିତି । ଚାରିଆଡେ ପାଣି । ଦିଲ୍ଲୀ ବିମାନ ବନ୍ଦର ଭିତରେ ବନ୍ୟା। ଗତକାଲି ରାତିରେ ଦିଲ୍ଲୀରେ ରେକଡ ତୋଡ ବର୍ଷା ରେକର୍ଡ ହୋଇଛି । ୨୦୦୩ ପରେ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୭ ମିଲିମିଟର ବର୍ଷା ହୋଇଛି। ଅଧିକାଂଶ ଅଞ୍ଚଳ ରେ ଭରିଯାଇଛି ପାଣି । ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୩ରେ ପାଣି ଲହଡି ଭାଙ୍ଗୁଛି। ରନୱେରେ ପାଣି ଭର୍ତ୍ତି ହେବାରୁ ଲାଗୁଛି ବିମାନଗୁଡିକ ପାଣିରେ ଭାସୁଛି । ମେଟ୍ରୋ ଷ୍ଟେସନରେ ମଧ୍ୟ ପାଣି ପଶିଛି। ଲଗାଣ ବର୍ଷାରେ ଦ୍ୱାରକା ମେଟ୍ରୋ ଷ୍ଟେସନ ପାଚେରୀ ଭାଙ୍ଗି ଯାଇଛି।
ସେପଟେ ଦିଲ୍ଲୀ ଜଖିରା ଅଣ୍ଡରପାସ୍ରେ ୧୦ ଫୁଟ୍ ଯାଏଁ ପାଣି ଭର୍ତ୍ତି ହୋଇଛି। ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ-ଏନ୍ସିଆର୍ ସମେତ କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏବେ ଦିଲ୍ଲୀ ଏନ୍ସିଆର୍ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Related posts

ଅଯୋଧ୍ୟା ରାମ ମନ୍ଦିର ପୂଜକ, ପୁଲିସ କର୍ମୀ କରୋନା ସଂକ୍ରମିତ

mahabharatanews

ଦିଲ୍ଲୀର ଦୁଇ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ, ୧ ମୃତ

mahabharatanews

ଭ୍ରଷ୍ଟାଚାର ମାମଲ।ରେ ସିବିଆଇ ଯାଞ୍ଚକୁ ନେଇ କେ।ର୍ଟ ଅସନ୍ତୁଷ୍ଟ

mahabharatanews