ଓଡିଶା

ପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତି

ଗୋପ(ଜୟନ୍ତ କୁମାର ସେଠୀ): ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ପୂଜା ସମୟରେ ମଣ୍ଡପ ଚାରି ପାଖ କପଡାରେ ଢାଙ୍କିବା ସହ କୌଣସି ସ୍ପିକର ନ ବଜାଇବା , ଶୋଭାଯାତ୍ରା ନ କରିବା , ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ପାଇଁ ଅନୁମତି ନ ଦେବାକୁ ପୁରୀ ଉପଜିଲ୍ଲାପାଳ ପୂଜା କମିଟି କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି । ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପରମ୍ପରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସମ୍ମୁଖରେ ଗୋଶାଣୀ ଯାତ୍ରା ସମୟରେ ଦେବ ସଭାକୁ ପ୍ରଶାସନ ଅନୁମତି ଦେଇଛି । ମୂର୍ତ୍ତି ବିସର୍ଜନ ପାଇଁ ମଙ୍ଗଳା ଘାଟ ନିକଟରେ କୃତ୍ରିମ ପୋଖରୀ କରାଯାଇଥିବା ବେଳେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ହୋଇଛି । ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ପୂଜା ସମୟରେ ପାଳନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଛି ।

Related posts

ଆରଡି ମେଡିକାଲ ଛାତରୁ ଖସିଲା ପ୍ଳାଷ୍ଟର ଖଣ୍ଡ; ଅଳ୍ପକେ ବର୍ତ୍ତିଗଲେ ରୋଗୀ

mahabharatanews

ଅତୀତ ଅନୁଶୀଳନ: କ୍ଷମତାକେନ୍ଦ୍ରଙ୍କ ଅନ୍ତ ଦୟନୀୟ

mahabharatanews

୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ

mahabharatanews