ରାଜନୀତି

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍

(ଅହମ୍ମଦାବାଦ) ; ଏହା ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଗତ ୧୧ ତାରିଖରେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଥିଲେ । ତେବେ ଏହା ପରେ କିଏ ମୁଖୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ୍ । ଗୁଜୁରାଟର ନୁଆ ମୁଖ୍ୟମନ୍ତୀ ଭାବେ ଭୁପେନ୍ଦ୍ର ପଟେଲ୍ ସୋମବାର ଅପରାହ୍ନ ୨ଟା ୨୦ରେ ଶପଥ ନେବେ । ଭୂପେନ୍ଦ୍ର ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟ ଶପଥ ପାଠ କରାଯିବ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା। ସେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୩୦ରେ ଅହମ୍ମଦାବାଦରେ ପହଞ୍ଚିବେ।ଏହା ପୂର୍ବରୁ ରବିବାର ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଭୂପେନ୍ଦ୍ର ପଟେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ମୋହର ବାଜିଥିଲା।

Related posts

ସ୍ଥିର ଅଛି ଜଳସ୍ତର, ହୀରାକୁଦର ୧୪ଟି ଗେଟ୍ ଖୋଲା

mahabharatanews

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

mahabharatanews

ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ସଂସଦରେ ହଙ୍ଗାମା

mahabharatanews