ଓଡିଶା

ବର୍ଷାରେ ବେହାଲ ଯାଜପୁର

ଯାଜପୁର: ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟ ବେହାଲ ହୋଇ ପଡିଛି । ଘରୁ ବାହାରିବା ତ ଦୂରର କଥା ଘର ଭିତରେ ପାଣି ପଶିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ବିଭିନ୍ନ ଜିଲ୍ଳାରେ ଏହି ବର୍ଷା ବିତ୍ପାତ କରୁଥିବା ବେଳେ ଯାଜପୁର ଜିଲ୍ଳାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ ତିନି ଦିନରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାସ୍ତା ଘାଟ, ଅଫିସ, କାର୍ଯ୍ୟାଳୟ ସହିତ କୋର୍ଟ ପରିସରରେ ମଧ୍ୟ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାର ଦେଖାଯାଇଛି । ଏହାଦ୍ୱାରା ଯାତାୟତରେ ବହୁ ଅସୁବିଦାର ସମ୍ମୁଖୀନ ହେଉଛନ୍ତି । ଖୋର୍ଦ୍ଧା ଏବଂ ପୁରୀ ଆଦି ଜିଲ୍ଲା ଭଳି ଯାଜପୁରରେ ମଧ୍ୟ ରେକର୍ଡ ସ୍ତରର ବର୍ଷା ହୋଇଥିବା ଜଣାଯାଇଛି ।

Related posts

ଚନ୍ଦ୍ରଭାଗା ବେଳାଭୁମିରେ ମେକ ଇନ ଓଡିଶା ଓ ଭାରତୀୟ କଳା ସସ୍କୃତି ଜୀବନ୍ତ ହୋଇଛି

mahabharatanews

ଅଦିନିଆ ବର୍ଷାରେ ଭିଜିଲା ଓଡିଶା

mahabharatanews

ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଜବାବ ମାଗିଲେ ହାଇକୋର୍ଟ

mahabharatanews