ଓଡିଶା

ବଜ୍ରାଘାତରେ ୧୭ ଗୋରୁ ମୃତ ! ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ବଜ୍ରାଘାତରେ ୧୭ ଗୋରୁଙ୍କ ମୃତ୍ୟୁ । କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ସୁଦ୍ଧା ଖୁଣ୍ଟା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ବଜ୍ରାଘାତରେ ଗାଈ, ବଳଦ,ବାଛୁରୀ ମିଶି ୧୭ ଗୋରୁ ପ୍ରାଣ ହରାଇଥିବାବେଳେ ଗାଈ ଚରାଇବାକୁ ଯାଇଥିବା ୩ ଭାଇ ଭଉଣୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।ବଜ୍ରାଘାତର ଦୀର୍ଘ ଅଧ ଘଣ୍ଟାଏ ପରେ ଚେତାଶୁନ୍ୟ ହୋଇ ପଡିଥିବା ଗାଇ ଚରାଳି ମାନେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ । ପରେ ଗ୍ରାମବାସୀ ପହଞ୍ଚି ୧୭ ଗୋରୁଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିବା ବେଳେ ଅନ୍ୟ ୪ ଗୋରୁ ଏପର୍ୟ୍ୟନ୍ତ ନିଖୋଜ ଥିବା ଜଣାପଡିଛି ।ପ୍ରତିବର୍ଷ ଏଇ ଗାଈ ବଳଦଙ୍କୁ ନେଇ ଗରିବ ଆଦିବାସୀମାନେ ଚାଷକାମ କରିଥାନ୍ତି। ବଜ୍ରପାତ ଯୋଗୁଁ ସମସ୍ତ ଗାଈ ଗୋରୁଙ୍କର ଆକସ୍ମିକ ମୃତ୍ୟୁରେ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

Related posts

ସରକାରଙ୍କ ତାଗିଦ: ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ଚିନିକଳ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ନୟାଗଡ ବନ୍ଦ ପାଳନ

mahabharatanews

ବିଷାକ୍ତ ମଦ ପିଇ ୫ ଗୁରୁତର

mahabharatanews