ଓଡିଶା

ବର୍ଷା ଲାଗି ସ୍କୁଲ ଛୁଟି

(ବଲାଙ୍ଗୀର): ପ୍ରବଳ ବର୍ଷା ଲାଗି ସ୍କୁଲ ବନ୍ଦ । ଏନେଇ ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ ଛୁଟି ଥିବା ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ କରୋନା ମହାମାରୀ ଯୋଗୁଁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀ ଆରମ୍ଭ ହୋଇନଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଶ୍ରେଣୀ ଗୃହରେ କ୍ଲାସ ହେଉଛି । ଲଗାଣ ବର୍ଷା ହେବାରୁ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇପଡ଼ିଛି । ସହରର ତଳି ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଘର ଭିତରେ ପାଣି ପଶି ଯାଇଛି । ତେବେ ସହରରେ ଏବେ ବି ବର୍ଷା ଜାରି ରହିଛି । ବାଲାଙ୍ଗିର ସହରର ମାଳପଡ଼ା, ଆଦର୍ଶପଡ଼ା, ରାଜୀବନଗର, ସୁଦପଡ଼ା, ନାଳଖଣ୍ଡିପଡ଼ା, ଠିକାଦାରପଡ଼ା ଓ ଉଦୟନଗର ଭଳି ବିଭିନ୍ନ ଯାଗାର ସ୍ଥିତି ବିଗିଡ଼ିବାରେ ଲାଗିଛି । ତେବେ ପ୍ରବଳ ବର୍ଷା କାରଣରୁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଥିଲେ ।

Related posts

ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ

mahabharatanews

ସ୍କୁଟିକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ, ୪ ଗୁରୁତର

mahabharatanews

ମା ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଓ ପ୍ରତିମା ପ୍ରତିଷ୍ଠା ଉତ୍ସବ

mahabharatanews