ଓଡିଶା

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ଦିଦି

(ଭୁବନେଶ୍ୱର) ; ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ଦିଦି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । କରୋଡକଣ୍ଟା ଅଙ୍ଗନବାଡି ସେଣ୍ଟରର ଅଙ୍ଗନବାଡି ଦିଦି ହେଉଛନ୍ତି କବିତା ମାଥନ । ଖୋର୍ଦ୍ଧା , ଜଗତସିଂହପୁର , କେନ୍ଦ୍ରାପଡା ଜିଲ୍ଲାର ୬ ଟି ସ୍ଥାନରେ ଭିଜିଲାନ୍ସ ଟିମ ଦ୍ୱାରା ଚଢାଉ ଚାଲିଛି । ଏହି ଚଢାଉରେ ୬ଟି ଟିମ ଗଠନ କରାଯାଇଛି । ଏହି ଟିମରେ ୧୦ ଜଣ ଡିଏସପି , ୫ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ରହିଛନ୍ତି । ଭୁବନେଶ୍ବର କେସୁରା ସ୍ଥିତ ଦୁଇ ମହଲା ଘର, ଝାରପଡା ସ୍ଥିତ ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର, ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

Related posts

ଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ ଗରୁତର

mahabharatanews

ମଶାଣି ପଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews

ଡିସେମ୍ବର ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

mahabharatanews