ଓଡିଶା

ଢେଙ୍କାନାଳରେ ଲଘୁଚାପର କରାଳ ରୂପ

ଭୁବନ: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟବ୍ୟାପି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଜୀବନଯାତ୍ରା ବ୍ୟାହତ ହେବା ସହ ଖାଇବା ରହିବା ଆଦିରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାରା ଅଞ୍ଚଳ ଜଳମଗ୍ନ ଥିବା ବେଳେ ଦୁଇଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି । ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ୩୦ ପରିବାର ସହିତ ଭୁଷଳ ଜୟପୁର ଗ୍ରାମର ୪୦୦ ପରିବାର ଏବେ ପାଣି ଘେରରେ ରହିଛି ।  ପ୍ରଶାସନ ଏ ପର୍ଯ୍ୟନ୍ତ ଏଠାରେ ପହଞ୍ଚିପାରିନାହିଁ ।

ସେପଟେ ସୁରପ୍ରତାପପୁର ପଞ୍ଚାୟତ ମାଳପୁରା ଗ୍ରାମରେ ମଧ୍ୟ ସମାନ ଘଟଣା ସାମନାକୁ ଆସିଛି । ସ୍ଥାନୀୟ ଡମଶାଳ ନାଳର ପାଣି ୩ ଫୁଟ ଉପରେ ପାଣି ଲହଡ଼ି ଖେଳୁଛି । ଭୁବନଠାରୁ ଏକତାଳୀ, ନିମେଇପୁର ଏବଂ ଚନ୍ଦାର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ମଧ୍ୟ ପାଣି ଚାଲୁ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Related posts

ଯାଜପୁର ଦୁଇ ଆଞ୍ଚଳିକ ପରିବହନ ଅଧିକାରଙ୍କୁ କାରଣ ଦର୍ଶାଅ ନୋଟିସ

mahabharatanews

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ଭାଲୁ ଆକ୍ରମଣରେ ଯୁବକ ଆହତ

mahabharatanews