ଭାରତ

ଟପ୍ପର ଭାଇ-ଭଉଣୀ

(ରିପୋଟର୍ସ ଟୁଡେ): ଟପ୍ପର ଭାଇ-ଭଉଣୀ । ସିଏ ଫାଇନାଲ ପରୀକ୍ଷାରେ ଉଭୟ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ୧ ନମ୍ବର ସ୍ଥାନରେ ଥିବା ବେଳେ ଭାଇ ୧୮ତମ ରାଙ୍କ ହାସଲ କରିଛନ୍ତି । ଏନେଇ ଭାଇ-ଭଉଣୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଭାଇ-ଭଉଣୀ ଦୁଇଜଣ ହେଉଛନ୍ତି ମଧ୍ୟପ୍ରଦେଶର ନନ୍ଦିନୀ ଅଗ୍ରୱାଲ ଓ ତାଙ୍କ ଭାଇ ସଚିନ ଅଗ୍ରୱାଲ । ଦୁଇ ଜଣ ଏକା ସାଙ୍ଗରେ ସିଏ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଉଭୟ ପ୍ରୟାସରେ ହିଁ ଏହି ସଫଳତା ହାସଲ କରିଛନ୍ତି । ଉଭୟ କହିଛନ୍ତି ଯେ ସିଏ ପରୀକ୍ଷାର ପ୍ରସ୍ତୁତି ପାଇଁ ତାଙ୍କ ପରିବାର ପକ୍ଷରୁ ମଧ୍ୟ ସହଯୋଗ ମିଳୁଥିଲା । ଏନେଇ ତାଙ୍କ ସଫଳତା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।

Related posts

କୃଷକ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ

mahabharatanews

ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

mahabharatanews

‘ଆମେଠିରୁ ରାହୁଲଙ୍କ ନାମ ଘୋଷଣା ନକଲେ ଆତ୍ମହତ୍ୟା କରିବି ‘

mahabharatanews