ଭାରତ

ପାତାଲକୋର୍ଟ ଏକ୍ସପ୍ରେସ କୋଚରେ ନିଆଁ 

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର-ଆଗ୍ରା ଠାରେ ଏକ ବଡ଼ ରେଳ ଦୁର୍ଘଟଣା। ପାତାଲକୋର୍ଟ ଏକ୍ସପ୍ରେସର କିଛି କୋଚରେ ନିଆଁ ଲାଗି ଯାଇଛି । ତେବେ ସମସ୍ତ ଯାତ୍ରୀଙ୍କୁ ଠିକ୍ ସମୟରେ ଟ୍ରେନରୁ ବାହାର କରାଯାଇଛି । ବର୍ତ୍ତମାନ ରେଳ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

ସୂଚନାନୁଯାୟୀ ,  ପାତାଲକୋର୍ଟ ଏକ୍ସପ୍ରେସ (14624) ପଞ୍ଜାବର ଫିରୋଜପୁରରୁ ମଧ୍ୟପ୍ରଦେଶର ସିବନି ଅଭିମୁଖେ ଯାଉଥିଲା। ତେବେ ଯେତେବଳେ ଟ୍ରେନ ଆଗ୍ରାର ଭଦଇ ରେଳ ଷ୍ଟେସନ ପରିସରରେ ପହଞ୍ଚିଲା ସେତେବଳେ ନିଆଁ ଲାଗିଯାଇଥିଲା । ଆନନ-ଫାନନ୍ ରେ ସବୁ ଯାତ୍ରୀଙ୍କୁ ଟ୍ରେନରୁ ବାହାର କରାଯାଇଥିଲା । କୋଚକୁ ଟ୍ରେନରୁ ଅଲଗା କରାଯାଇଥିଲା। ଏହି ଘଟଣାରେ ଦୁଇ ଜଣ ଯାତ୍ରୀ ନିଆଁ ଦ୍ଵାରା ସାମାନ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ତେବେ ଏପର୍ଯ୍ୟନ୍ତ ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ନାହିଁ ।

Related posts

ପରଲୋକରେ ପୂର୍ବତନ ଆଇପିଏସ ଅଧିକାରୀ

mahabharatanews

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews

ଚନ୍ଦ୍ରଯାନ-୩ ଲଞ୍ଚ ପୂର୍ବରୁ ତିରୁପତି ଗଲେ ବୈଜ୍ଞାନିକ

mahabharatanews