ଭାରତ

ସୋଆ ପ୍ରଫେସରଙ୍କୁ ଭିଡିଗୁଡ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

(ଭୁବନେଶ୍ୱର): ବିଶିଷ୍ଟ ଗବେଷକ ତଥା ସୋଆ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସରର ଲାଲା ବିହାରୀ ଶୁକ୍ଲାଙ୍କୁ ଇଞ୍ଜିନିଆରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ଜୀବନକୁ ସରଳ କରିବା ଦିଗରେ ଭିଡିଗୁଡ କାର୍ଯ୍ୟକରେ । ଏନେଇ ଏହି ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବୈଜ୍ଞାନିକ ଆୱାର୍ଡ ପ୍ରଫେସର ଶୁକ୍ଲାଙ୍କୁ ପ୍ରଦାନ କରାଯାଇଛି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଲାଙ୍କୁ ଏହି ସମ୍ମାନ ଦିଆଯାଇଥିବା ମାନପତ୍ରରେ ଉଲ୍ଲେଖ ରହିଛି । ତେବେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଲାଙ୍କ ନାମ ଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।

Related posts

ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

mahabharatanews

ଅସୁସ୍ଥ ହେଲେ ବିଗ ବି

mahabharatanews

ବିଲକିସ ଗଣ ଦୁର୍ଷ୍କମ ଘଟଣାରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

mahabharatanews