ଓଡିଶା

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଗୋଡ଼ିବନ୍ଧ – କଣିହାଁ ୫୩ ନମ୍ବର ରାଜପଥ ପାର୍ଶ୍ବରେ ବେଆଇନ ଭାବରେ ପାର୍କିଂ ହେଉଛି ହଜାର ହଜାର କୋଇଲା ବୋଝେଇ ଟ୍ରକ । ସକାଳ ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଗୋଡ଼ିବନ୍ଧଠାରୁ କଣିହାଁ ପର୍ୟ୍ୟନ୍ତ ରାସ୍ତାରେ କୋଇଲା ଟ୍ରକ ଚଳାଚଳ ଉପରେ ନୋ-ଏଣ୍ଟ୍ରି କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ କିନ୍ତୁ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀ ଏହି କଟକଣାର ଧଜିଆ ଉଡାଉଛନ୍ତି ବୋଲି ଖୋଦ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାକୁ ଖୋଦ ଜିଲ୍ଲା ପ୍ରଶାସନ ନୋ -ଏଣ୍ଟ୍ରି କଟକଣା କରିବା ସତ୍ତ୍ବେ ରାସ୍ତାର ଉଭୟ ପାର୍ଶ୍ଵରେ ଗୋଡ଼ିବନ୍ଧ ଠାରୁ ଯଦୁନାଥପୁର ଏବେ ନିତି ହଜାର କୋଇଲା ବୋଝେଇ ଟ୍ରକ ବେଆଇନ ପାର୍କିଂ କରୁଛନ୍ତି। ସମୟ ସୁବିଧା ଦେଖି ଗାଡ଼ି ଗଡ଼ାଇ ଚାଲିଛନ୍ତି। ଦୁଇ ଥାକିଆ ରାଜପଥର ଗୋଟିଏ ପାର୍ଶ୍ବରେ ବେଆଇନ ଭାବରେ କୋଇଲା ଟ୍ରକ ଧାଡ଼ି ବାନ୍ଧି ଠିଆ ହୋଇଥିବା ବେଳେ ଅପର ପାର୍ଶ୍ଵରେ ଚାଲୁଛି ଏନଟିପିସିର ପାଉଁଶ ବୋଝେଇ ଭାରୀଯାନ। ଫଳରେ ରାସ୍ତା ଅଣଓସାରିଆ, ବିପଦସଙ୍କୁଳ ହୋଇ ପଡ଼ିଥିବା ବେଳେ କଣିହାଁ ବ୍ଲକ ବାସୀଙ୍କ ଯାତାୟାତ ଯନ୍ତ୍ରଣାଦାୟକ ହୋଇପଡ଼ିଛି। ଏ ନେଇ ବାରମ୍ବାର ଖବର ପ୍ରକାଶ ପରେ ବି କେଉଁ ସ୍ବାର୍ଥରେ ପୁଲିସ, ପ୍ରଶାସନ ଏପରିକି ଜନ ପ୍ରତିନିଧି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେମାନଙ୍କ ଏହି ଅସମ୍ଭବ ନିରବତା ପଛରେ ଯେ ନିଶ୍ଚୟ କିଛି ରହସ୍ୟ ରହିଛି ଏ ସନ୍ଦେହ ବହୁଗୁଣିତ ହୋଇଛି। ଠିକ ୨ ମାସ ପୂର୍ଵରୁ ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ତାଳଚେର ଏସଡିପିଓ ତଥା ଯୁବ ଆଇପିଏସ ଅଫିସର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ସେହି ଦିନ ଠାରୁ ଏନଟିପିସି ଓ ସମଲ ଥାନା ଇଲାକାରେ କୋଇଲା ଟ୍ରକ ପାର୍କିଂ ବନ୍ଦ ରହିଛି । କିନ୍ତୁ ଗୋଡ଼ିବନ୍ଧ ଠାରୁ ଯଦୁନାଥପୁର ଲେବୁଲ କ୍ରସିଂ ପର୍ୟ୍ୟନ୍ତ ପୁନଶ୍ଚ ବେଆଇନ ପାର୍କିଂ ଯୋଗୁଁ କଣିହାଁ ବ୍ଲକବାସୀଙ୍କୁ ସେହି ଯାତନା ଦେଲାଣି ।ଏହି ଅଞ୍ଚଳ ଗୋଡ଼ିବନ୍ଧ ଫାଣ୍ଡି ଅଧୀନରେ ଯାଉଛି । ଏନେଇ ଶନିବାର ପୂର୍ବାହ୍ନରେ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସେଠିଙ୍କ ମତ ଲୋଡ଼ା ଯାଇଥିଲା ।ନୋ ଏଣ୍ଟ୍ରି ସମୟରେ କିଭଳି କୋଇଲା ଟ୍ରକ ଆସୁଛି ବୋଲି ପଚାରିବାରୁ ଫାଣ୍ଡି ଅଧିକାରୀ ଶ୍ରୀ ସେଠି କୁହନ୍ତି ନୋ ଏଣ୍ଟ୍ରି ନୁହେଁ ତ ବୋଲି ଉତ୍ତର ରଖିଥିଲେ। ଶ୍ରୀ ସେଠି କୁହନ୍ତି ୫ -୬ ଦିନ ପୂର୍ବରୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏଥି ପାଇଁ ବୈଠକ ବସିଥିଲା ଏବଂ ଜେଆଇଟିପିଏଲ କମ୍ପାନୀ ପକ୍ଷରୁ ଗୋଡ଼ିବନ୍ଧ ପୂର୍ଵରୁ ଏକ ପାର୍କିଂ ପ୍ଲେସ କରିବ କହିଥିଲେ । ପୁଲିସ, ପ୍ରଶାସନର ବଡ଼ପଣ୍ଡାମାନେ ନିୟମିତ ଏହି ରାସ୍ତାରେ ଦହଗଂଜ ହୋଇ ଯାତାୟାତ କରୁଥିଲେ ମଧ୍ୟ କେହି ଗୁରୁତ୍ବ ନଦେବା ବୁଝାପଡୁନାହିଁ । ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୋ-ଏଣ୍ଟ୍ରି କଟକଣା ପରବାୟ ନକରି କୋଇଲା ଟ୍ରକ ପାର୍କିଂ କରିବା ଏବଂ ସମୟ ସୁବିଧା ଦେଖି ଆଗକୁ ମାଡ଼ିଯିବା ଘଟଣାରେ ଏକ ସୁସଂଗଠିତ ରାକେଟ କାମ କରୁଛି । କିଛି ରାଜନେତାଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ବେଳେ ପୁଲିସ ଓ ପ୍ରଶାସନର କେତେକ କର୍ମଚାରୀ ଏହି ଗ୍ୟାକେ ସହ ହାତ ମିଳାଇଛନ୍ତି। ଅସମୟରେ କୋଇଲା ଟ୍ରକ ଛାଡ଼ିବା ନେଇ ହଜାର ହଜାର ଟଙ୍କା ଆଦାୟ ହୋଇଥାଏ ।

 

Related posts

ମାଓ ନେତା ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

mahabharatanews

ଛତ୍ରପୁରର ୫ଟି ଲଜ୍‌ ଉପରେ ଚଢାଉ

mahabharatanews

୬ ଆଇଏଏସଙ୍କ ଉପରେ କୋରୋନା ମୁକାବିଲା ଦାୟିତ୍ୱ

mahabharatanews