ଓଡିଶା

ଧାର୍ମିକ, ରାଜନୈତିକ ଓ ବାଣିଜ୍ୟିକ ସମାବେଶକୁ ବାରଣ

ଭୁବନେଶ୍ୱର: ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗନ୍ୟ ରହିଥିବା ଆଜି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନଲକ ଘୋଷଣା କାଳରେ ସେ କହିଛନ୍ତି ସାରା ରାଜ୍ୟରେ ସବୁଠାରେ ସକାଳ ୬ରୁ ରାତି ଆଠଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ରାତି ଆଠରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ସିନେମା ହଲ ୫୦%କୁ ନେଇ ଖୋଲା । ଗାଇଡଲାଇନ ମାନି ସମସ୍ତ ଜିଲ୍ଲାରେ ଖୋଲିବ ମଲ । ସମୁଦ୍ର କୂଳ ଓ ପାର୍କ ଖୋଲା ରହିବ । କିନ୍ତୁ ଗାଇଡଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ରାଜ୍ୟରେ ବସ ଚଳାଚଳ କରିବ, ତେବେ ସିଟିଂ କାପାସିଟିକୁ ନେଇ ବସ ଚଳାଚଳ କରିବ । ମଲ ଓ ସିନେମା ହଲରେ ପ୍ରାପ୍ତବୟସ୍କଙ୍କୁ ଟୀକାକରଣ ସାର୍ଟିଫିକେଟ ଦେଖାଇବାକୁ ହେବ ।
ରାଜ୍ୟରେ ମନ୍ଦିର ଖୋଲିବା ନେଇ କିଲ୍ଲାପାଳ ନିଷ୍ପତ୍ତି ନେବେ । ଧାର୍ମିକ, ରାଜନୈତିକ ଓ ବାଣିଜ୍ୟିକ ସମାବେଶକୁ ବାରଣ କରାଯାଇଛି । ବିବାହ, ଭୋଜିକୁ ନେଇ ପୂର୍ବ କଟକଣା ଜାରି କରାଯାଇଛି । ରେଷ୍ଟୁରାଣ୍ଟ, ବାର, ଢାବାକୁ ୫୦% ଗ୍ରାହକରେ ଖୋଲିବାକୁ ଅନୁମତି ମିଳିଛି ।

Related posts

ରାଜ୍ୟରେ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

mahabharatanews

ସାଢେ୪ କୋଟି ଜନତାଙ୍କୁ ହାଇରଣ ନ କରାଯାଉ: ସସ୍ମିତ

mahabharatanews

ଚିଲିକାରେ କମିବ ପ୍ରଦୂଷଣ; ଏଣିକି ସୌରଚାଳିତ ବୋଟକୁ ପ୍ରାଧାନ୍ୟ  

mahabharatanews