ଭାରତ

ଆସନ୍ତା ଦୀପାବଳିକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୀପାବଳିକୁ ଆହୁରି ଦେଢ ମାସ ବାକି ଥିବା ବେଳେ ଏବେଠାରୁ ଏହାକୁ ନେଇ ଗାଇଡଲାଇନ ଜରି କରାଯାଇଛି । କୋରୋନା ସଂକ୍ରମଣକୁ ନଜରରରେ ରଖି ଚଳିତ ବର୍ଷ ଦୀପାବଳି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ବର୍ଷ ରାଜଧାନୀରେ ଦୀପାବଳି ଦିନ ବାଣ ଫୁଟାଇବା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ଦୀପାବଳିରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏ ନେଇ ଟ୍ୱିଟ କରି ନିଜେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ କିଛି ବର୍ଷରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ତେଣୁ ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସରକାର ।


ଗତ ୩ ବର୍ଷ ଧରି ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବହୁତ ଅଦିକ ରହିଛି । ତେବେ ଚଳିତ ବର୍ଷ କୋରୋନା କାରଣରୁ ଏଥିରେ ସାମାନ୍ୟ ସୁଧାର ଆସିଛି । ତେଣୁ ଚଳିତ ବର୍ଷ ଏହି ପରିସ୍ତିତି ନ ଦୋହରାଇବା ପାଇଁ ବାଣ ବ୍ୟାନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଗତବର୍ଷ ଭଳି ଏ ବର୍ଷ ମଧ ସମସ୍ତ ବାଣ ଦୋକାନ, ବିକ୍ରି ଏବଂ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇ ଲୋକଙ୍କ ଜୀବନ ବଞ୍ଚାଇ ପାରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ସମ୍ପୂର୍ଣ୍ଣ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ସଂରକ୍ଷଣ ନ କରିବାକୁ ବ୍ୟବସାୟୀଙ୍କୁ ସେ ଆବେଦନ କରିଛନ୍ତି ।

Related posts

 ପୁଣି ସ୍ଥଗିତ ହେଲା ଅମରନାଥ ଯାତ୍ରା

mahabharatanews

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ 

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews