ଓଡିଶା

ମାଛ ଧରିବା ପାଇଁ ଭୁଲିଗଲେ କଟକଣା

ହିଞ୍ଜିଳି (ରଜନୀ କାନ୍ତ ପାତ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରକୋପ କମିଯାଇଥିଲେ ସୁଦ୍ଧା ଜଳପତ୍ତନ ବୃଦ୍ଧି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଦୀ ବା ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜିବୀ ମାନଙ୍କୁ ବାରଣ କରାଯାଇଛି । କିନ୍ତୁ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରିଥିବା ଦେଖିବାକକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଧନେଇ ନଦୀରେ । ରାଣ୍ଡିଘାଇରେ ଶତାଧିକ ଲୋକେ ମାଛ ଧରୁଥିବାର ଦୃଶ୍ୟ ସାମନାକୁ ଆସିଛି । ଦଳଦଳ ହୋଇ ଲୋକେ ଦିନ ତମାମ ମାଛ ଧରୁଥିଲେ ମଧ୍ୟ ପ୍ରଶାସନ ପାଖରେ ଏ ନେଇ କୌଣସି ଖବର ନାହିଁ । ପୂର୍ବରୁ ଜିଲ୍ଲା ପ୍ରଶାସନକୁ ବନ୍ୟା ପରିସ୍ଥିତି ପାଇଁ ସତର୍କ ଏବଂ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜିର ଏହି ଦୃଶ୍ୟ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related posts

ହଇଜା ସଂକ୍ରମଣ ଉଦ୍‌ବେଗଜନକ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି 

mahabharatanews

ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

mahabharatanews

୧୮ରୁ ସିଲ ହେବ ପୁରୀର ସମସ୍ତ ମଦ ଦୋକାନ

mahabharatanews