ଓଡିଶା

ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ ନେଇ ସତର୍କ କଲେ ଏସଆରସି ପ୍ରଦୀପ ଜେନା । । ଫଳରେ ବ୍ରାହ୍ମଣୀ ଜଳସ୍ତର ବଢିଛି । ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି । ତେଣୁ ବ୍ରାହ୍ମଣୀରେ ଜଳସ୍ତର ବଢିବ ।
ଛତିଗଡରେ ପ୍ରବଳ ବର୍ଷା କାରଣରୁ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ହୀରାକୁଦରୁ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ଶନିବାର ଦିନ ସକାଳ ବେଳକୁ ମୁଣ୍ଡଳିରେ ପାଖାପାଖି ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଫଳରେ ସଂଧ୍ୟାସୁଦ୍ଧା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି ଏସଆରସି ।
ଜଳ ନିଷ୍କାସନ ପାଇଁ ସୃଷ୍ଟ ବନ୍ୟାରେ ଯେମିତି ବିଶେଷ କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଆଉ ଏଥିପାଇଁ ସର୍ତକତାମୂଳକ ପଦକ୍ଷେପ ସ୍ୱରୂପ ଓଡ୍ରାଫର ୩୦ଟି ଦଳ, ଏନଡିଆରଏଫର ୧୨ଟି ଟିମ୍ ଓ ଅଗ୍ନିଶମର ୧୦ଟି ଟିମ୍ ପଠାଯାଇଛି । ବନ୍ୟା ଆଶଙ୍କା ଥିବା ୬ଟି ଜିଲ୍ଲାକୁ ଏହି ଟିମ୍ ପଠାଯାଇଛି । କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ପୁରୀ ଜିଲ୍ଲାରେ ଏହି ଟିମ୍ ମୁତୟନ କରାଯାଇଛି ।

 

Related posts

ଅସୁରକ୍ଷିତ ସହର ପାଲଟିଛି ବାଲୁଗାଁ ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳ

mahabharatanews

ଶ୍ରୀ ମନ୍ଦିର ଚାରି ପାଖରୁ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ପ୍ରକ୍ରିୟା ଆରମ୍ଭ

mahabharatanews

ରୂପା ମିଶ୍ର ଯିବେ କେନ୍ଦ୍ରୀୟ ଡେପୁଟେସନ

mahabharatanews