ଅପରାଧ

ବାପା, ଶିଶୁକନ୍ୟାକୁ ହାଣି ଜେଲ ଗଲା ଯୁବକ

ନୀଳଗିରି: ତିନି ମାସର ଶିଶୁ କନ୍ୟା ଏବଂ ବାପାକୁ ହାଣି ପଙ୍ଗୁ କରିଦେଇଥିବା ଯୁବକକୁ ଦୋଷୀ ସାବ୍ୟସ୍ତ କଲା କୋର୍ଟ । ବର୍ଷକ ପରେ ଆକ୍ରମଣକାରୀକୁ ମିଳିଛି ଦଣ୍ଡାଦେଶ । ସହକାରୀ ଦୌରାଜଜ ମାମଲାର ଶୁଣାଣୀ କରିଥିବା ବେଳେ ଦୋଷୀକୁ କାରାଦଣ୍ଡର ନିର୍ଦ୍ଦେଶ ଶୁଣାଇଛନ୍ତି ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଗତବର୍ଷ ଅଗଷ୍ଟ ୧୧ ତାରିଖରେ ଘଟିଥିଲା ଏକ ଲୋମ ହର୍ଷଣକାରୀ ଘଟଣା । ଔପଦା ଥାନା ଅନ୍ତର୍ଗତ ପାଇକପଡା ଗାଁର ପଙ୍କଜ ନାଇକି ଏବଂ ତାଙ୍କ ତିନିମାସର ଶିଶୁ କନ୍ୟା ଘରେ ଥିବା ବେଳେ ଜଣେ ଯୁବକ ଉଭୟଙ୍କ ଉପରକୁ ହଠାତ ଅତର୍କିତ ଆକ୍ରମଣ କରିଥିଲା । ପାରିବାରିକ ଶତୃତାକୁ ନେଇ ହିଂସ୍ର ପାଲଟି ଯାଇଥିବା ଗଣେଶ ନାଇକି ଏହି ଆକ୍ରମଣ କରିଥିଲା । ଏକ ଧାରୁଆ ଅସ୍ତ୍ର ଦ୍ୱାରା ଗଣେଶର ଆକ୍ରମଣରେ ଶିଶୁ କନ୍ୟାଟିର ଶରୀରରୁ ହାତ ଛିଣ୍ଡି ଯାଇଥିବା ବେଳେ ପଙ୍କଜଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ଏହାପରେ ଉଭୟ ବାପ ଝିଅ ବିକଳାଙ୍ଗ ହୋଇଯାଇଥିବା ସୂଚନା ମିଳିଛି ।
ତେବେ ବର୍ଷକ ପରେ ଏହି ମାମଲାର ଶୁଣାଣି କରିଛନ୍ତି ନୀଳଗିରି ସହକାରୀ ଦୌରାଜଜ ମଧୁସ୍ମିତା ଜେନା । ୧୧ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଆକ୍ରମଣ କରିଥିବା ଗଣେଶ ନାଇକିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେଣୁ ଦୋଷୀକୁ ୭ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବ ଜରିମାନା ନଦେଇ ପାରିଲେ ୭ ବର୍ଷ ପରେ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଦୌରାଜଜ । ଏଭଳି ଏକ ଜଘନ୍ୟ କେଶକୁ ପରି ଚାଳନା କରୁଥିଲେ ସରକାରୀ ଓକିଲ ଅମରେନ୍ଦ୍ର ପଟ୍ଟନାୟକ ।

Related posts

୫ ଜଣଙ୍କୁ ଜେରା କରୁଛି କ୍ରାଇମ ବ୍ରାଞ୍ଚ

mahabharatanews

ଜୁଆ ଆଡ୍ଡାରେ ଚଢାଉ, ୩ ଗିରଫ

mahabharatanews

ସରିଗଲା ମଜା ! ଛାଡିଦେଲା ପ୍ରେମିକ

mahabharatanews