ଓଡିଶା

ପୋଲିସ ବିଭାଗରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: କମିଶନରେଟ ପୋଲିସର ଏକ ବଡ ଧରଣର ଅଦଳବଦଳ ହୋଇଛି । ଏଥିରେ ମୋଟ ୬୦ ଜଣ ଏସଆଇ ଏବଂ ଏଏସଆଇଙ୍କର ଅଦଳବଦଳ କରାଯାଇଛି । କମିଶନର ପୋଲିସ ଅଦୀନରେ ଥିବା ବିଭିନ୍ନ ତାନାରୁ ଅନ୍ୟ ତାନାଗୁଡିକୁ ଏମାନଙ୍କର ବଦଳ ହୋଇଛି ।
କ୍ୟାପିଟାଲ ଥାନାରୁ ଏସଆଇ ସନ୍ତୋଷିନୀ ବେହେରା ସହିଦନଗର ଥାନାକୁ ବଦଳି ହୋଇଥିବା ବେଳେ ଲିଙ୍ଗରାଜ ଥାନାରୁ ତମାଣ୍ଡୋ ଥାନାକୁ ବଦଳିଛନ୍ତି ଏସଆଇ ସନ୍ତୋଷ ନାୟକ । ସେହିପରି ନିରଞ୍ଜନ ଓଝା ଖଣ୍ଡଗିରି ଥାନାରୁ ଏବଂ ବାଲିଅନ୍ତାରୁ ପ୍ରଫୁଲ୍ଲ ସାହୁ ଜଟଣୀ ଥାନାକୁ ବଦଳି ହୋଇଛନ୍ତି । ଖଣ୍ଡଗିରି ଥାନାରୁ ଚନ୍ଦ୍ରଶେଖରପୁର ଥାନାକୁ ସୁଶାନ୍ତ କୁମାର ସ୍ୱାଇଁ ଏବଂ ସୁଶାନ୍ତ କୁମାର ସେଠୀଙ୍କୁ ସହିଦନଗର ଥାନାରୁ ଚନ୍ଦ୍ରଶେଖର ଥାନାକୁ ବଦଳି କରାଯାଇଛି । ଅନ୍ୟ ପକ୍ଷରେ ଧଉଳି ଥାନାରୁ ଏୟାରଫିଲ୍ଡ ଥାନାକୁ ମଧୁସୂଦନ ଭୋଇଙ୍କୁ ବଦଳି କରାଯାଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ନୟାପଲ୍ଲୀ ଯାଇଛନ୍ତି ସରେନ୍ଦ୍ର ଦେହୁରୀ ଏବଂ ସହିଦନଗର ଥାନାରୁ ଆଇୟୁସିଏଡବ୍ଲୁକୁ ସଯୁକ୍ତା ସାହୁଙ୍କ ବଦଳି କରାଯାଇଛି ।

Related posts

ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ନିଲମ୍ଵନ

mahabharatanews

ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

mahabharatanews

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

mahabharatanews