ଓଡିଶା

ଗଜ ଉଦ୍ଧାର ବେଳେ ଅଘଟଣ: ଓଲଟିଲା ଓଡ୍ରାଫ ବୋଟ

ଭୁବନେଶ୍ୱର: ମୁଣ୍ଡଳୀରେ ହାତୀ ଉଦ୍ଧାର ବେଳେ ଅଘଟଣ । ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ବେଳେ ଓଡ୍ରାଫ ବୋଟ ଓଲଟିପଡିଲ।। । ପାଣି ସୁଅରେ ବୋଟଟି ଓଲଟି ପଡିଲା । ବୋଟ ଓଲଟିବାରୁ ବୋଟରେ ଥିବା ଜଣେ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନ ମଧ୍ୟ ଅନ୍ୟ ଓଡ୍ରାଫ ଟିମ ସହ ପାଣି ସୁଅରେ ଭାସିଯାଇଥିଲେ । ଏଥିରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମୋଟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଏସସିବି ମେଡିକାଲ କଲେଜକୁ ପଠାଯାଇଛି । ଅନ୍ୟପଟେ ୩ ଜଣଙ୍କ ପତ୍ତା ମିଳୁନାହିଁ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ନିୟୋଜିତ ଅଛି । ଏହା ବ୍ୟତୀତ ଦେଶୀ ଡଙ୍ଗା ମଧ୍ୟ ନିଖୋଜଙ୍କ ଖୋଜାଖୋଜି ଚାଶଲିଛି ।

Related posts

ଆଜି ବିଜେଡି କରିବ ପ୍ରାର୍ଥୀ ଘୋଷଣା

mahabharatanews

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ   

mahabharatanews

ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ

mahabharatanews