ଓଡିଶା

ଧର୍ମଶାଳା ବିଜେପିର ବରିଷ୍ଠ ନେତା ରମେଶ ପରିଡା ବିଜେଡିରେ ସାମିଲ

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ତଥା ଧର୍ମଶାଳା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ଆଜି ବିଜେଡିରେ ମିଶିଛନ୍ତି । ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ରମେଶଙ୍କ ମିଶ୍ରଣ ପାଇଁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବିଧାୟକ ପ୍ରତାପ ଦେବ, ଅଶୋକ ବଳଙ୍କ ଉପସ୍ଥିତିରେ ରମେଶ ବିଜେଡିରେ ସାମିଲ ହୋଇଛନ୍ତି ।
ରମେଶ ତାଙ୍କର ୧୧ ଜଣ ସମର୍ଥକଙ୍କ ସହ ବିଜେପିରୁ ଇସ୍ତଫା ଦେଇଥିଲେ । ରମେଶ ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ଭାବେ ଧର୍ମଶାଳା ବିଜେଡିରୁ ରାଜନୀତି ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇ ଧର୍ମଶାଳାରୁ ତିନି ଥର ପ୍ରତିଦ୍ବନ୍ଦିତା କରିଥିଲେ । କିନ୍ତୁ କଂଗ୍ରେସର ପୂର୍ବତନ ନ୍ତ୍ରେୀ ସ୍ମୃତିରେଖା ବିଜେପିରେ ସାମିଲ ହେବା ପରେ ରମେଶ ଓ ତାଙ୍କ ସମର୍ଥକ ଅସନ୍ତୋଷ ଥିଲେ । ଫଳରେ ସେ ଓ ତାଙ୍କ ସମର୍ଥକମାନେ ଦଳ ଛାଡିଥିବା କୁହାଯାଉଛି ।

 

Related posts

ବନ୍ୟା ପରେ ଝାଡ଼ାବାନ୍ତି ଭୟ 

mahabharatanews

ସୁରତରେ ଫସିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ କେଦ୍ରମନ୍ତ୍ରୀଧର୍ମେଦ୍ର ପ୍ରଧାନ 

mahabharatanews

ପୁଣି ଏକା ଏକା ଡିମ୍ପଲ 

mahabharatanews