ଓଡିଶା

୨୭୮ ଭୋଟରେ ଜିତିଲେ ଅସିତ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ୍ର ସଭାପତି ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଠାରୁ୨୭୮ ଭୋଟ୍ ଅଧିକ ପାଇ ବିଜୟ ହୋଇଛନ୍ତି । ଅସିତ୍ଙ୍କୁ ମୋଟ ୭୭୬ଟି ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ମିଳିଥିଲା ୪୯୮ଟି ଭୋଟ୍ । ଗତ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅସିତ । ଏବେ ସେ ନବୀନଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟକରୁଛନ୍ତି ।
ରାଜ୍ୟର ସବୁଠାରୁ ପ୍ରଭାବଶାଳୀ କ୍ଲବ ଭ।ବେ ଭୁବନେଶ୍ୱର କ୍ଲବ ପରିଚୟ ଲାଭ କରିଛି । ପୂର୍ବତନ ସଭାପତି ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଏହି ପଦ ଖାଲିପଡିଥିଲା ।

 

Related posts

ଛୁଟି ଦିନ ଖୋଲାରହିବ ଓଟି

mahabharatanews

ମା’ ସମଲେଶ୍ୱରୀ ମନ୍ଦିରକୁ ମାଦକ ଦ୍ରବ୍ୟ ନେଇ ଗଲେ ୫୦୦ଟଙ୍କା ଜରିମାନା

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews