ଭାରତ

ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ କଲେ ଆତ୍ମସମର୍ପଣ । ୨୪ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ମହିଳା ଓ ୧୭ ପୁରୁଷ ମାଓବାଦୀ। ସୁକମାର କିସ୍ତାରାମ ଠାରେ ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସପି ସୁନିଲ ଶର୍ମା ଓ ସିଆରପିଏଫ କମାଣ୍ଡେଣ୍ଟ ଜେପି ବତାଇଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।
ମାଓବାଦୀଙ୍କ ଆଦିବାସୀଙ୍କ ଉପରେ ବୃଦ୍ଧିପାଉଥିବା ଅତ୍ୟାଚାର ଓ ଜୁଲମରେ ଅତିଷ୍ଠ ହୋଇ ୨୪ ଜଣ ମାଓବାଦୀ ମାଓ ସଂଗଠନ ଛାଡିଥିବା କହିଛନ୍ତି । ଶତାଧିକ ଗାଁ ଲୋକଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିବାଥିଲେ । ସେଠାରେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯ।।ଇଛି । ସେମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଗକୁ ଆହୁରି ବହୁ ମାଓବାଦୀ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ପୋଲିସ ଆଶା ରଖିଛି ।

 

Related posts

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଆସନ୍ତାକାଲି ନାମାଙ୍କନ ଦାଖଲ ଭରିବେ ମୋଦି 

mahabharatanews

ଲଦାଖରେ ରାହୁଲ ଗାନ୍ଧୀ

mahabharatanews