ଭାରତ

ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ କଲେ ଆତ୍ମସମର୍ପଣ । ୨୪ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ମହିଳା ଓ ୧୭ ପୁରୁଷ ମାଓବାଦୀ। ସୁକମାର କିସ୍ତାରାମ ଠାରେ ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସପି ସୁନିଲ ଶର୍ମା ଓ ସିଆରପିଏଫ କମାଣ୍ଡେଣ୍ଟ ଜେପି ବତାଇଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।
ମାଓବାଦୀଙ୍କ ଆଦିବାସୀଙ୍କ ଉପରେ ବୃଦ୍ଧିପାଉଥିବା ଅତ୍ୟାଚାର ଓ ଜୁଲମରେ ଅତିଷ୍ଠ ହୋଇ ୨୪ ଜଣ ମାଓବାଦୀ ମାଓ ସଂଗଠନ ଛାଡିଥିବା କହିଛନ୍ତି । ଶତାଧିକ ଗାଁ ଲୋକଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିବାଥିଲେ । ସେଠାରେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯ।।ଇଛି । ସେମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଗକୁ ଆହୁରି ବହୁ ମାଓବାଦୀ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ପୋଲିସ ଆଶା ରଖିଛି ।

 

Related posts

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews

ନଦୀକୁ ଖସିଲା ଶ୍ରଦ୍ଧାଳଙ୍କୁୁ ନେଇଯାଉଥିବା ଟ୍ରାକ୍ଟର, ୧୩ ମୃତ ୨୦ ଆହତ

mahabharatanews

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews