ଭାରତ

୪ ମେଡିକାଲ କଲେଜର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଆଜି ୪ଟି ମେଡିକାଲ କଲେଜର ଶିଳାନ୍ୟାସ କରିଛନ୍ତି । ଏଥିସହ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ ମଧ୍ୟ କରିଛନ୍ତି। କାର୍ୟ୍ୟକ୍ରମରେ ମୋଦି ନିଜ ସମ୍ବୋଧନାରେ କହିଛନ୍ତି, ଭାରତ କୋଭିଡ ସମୟରେ ଆତ୍ମନିର୍ଭର ହେବା ପାଇଁ ସଂକଳ୍ପ ନେଇଛି । ରାଜସ୍ଥାନରେ ୪ ମେଡିକାଲ କଲେଜର ନିର୍ମାଣ କାର୍ୟ୍ୟକ୍ରମ ଓ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ମୋଦି ଆହୁରି କହିଛନ୍ତି, ୨୦୧୪ ପରେ ରାଜସ୍ଥାନରେ ୨୩ ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ । ଏହା ମଧ୍ୟରୁ ୭ ମେଡିକାଲ କଲେଜ ଆରମ୍ଭ ହୋଇସାରିଛି । ଆଜି ବାଂସବାଡା, ସିରୋହୀ, ହନୁମାନଗଡ ଓ ଦୌସାରେ ନୂଆ ମେଡିକାଲ କଲେଜର ନିର୍ମାଣ ଆରମ୍ଭ ହୋଇସାରିଛି ।

Related posts

 ଆପାର୍ଟମେଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଏବଂ ୬୧ ଆହତ

mahabharatanews

କଙ୍ଗନାଙ୍କୁ ଚ୍ୟାଲେଞ୍ଜ ଦେଲେ ରାକ୍ଷୀ 

mahabharatanews

ନାମାଙ୍କନ ଭରିଲେ ରାହୁଲ ଗାନ୍ଧି 

mahabharatanews