ଓଡିଶା

ଟ୍ୱିନ ସିଟିକୁ ଫେରିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଅକ୍ଟୋବର ମାସର ଗାଇଡଲାଇନ ଜାରି । ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ଜାରି କଲେ ଗାଇଡଲାଇନ । ମୁଖ୍ୟତଃ ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପାଇଁ ଲାଗିଲା କଟକଣା । ପୁଣି ଟ୍ୱିନ ସିଟିରେ ଜାରି ହେଲା ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି । ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ଜାରି କରାଗଲା ନାଇଟ କର୍ଫ୍ୟୁ । ନୂଆ ଗାଇଡ ଲାଇନ ଉପରେ ବିବରଣୀ ପ୍ରଦାନ କଲେ ଏସଆରସି ପ୍ରଦୀପ ଜେନା । ଏହା ବ୍ୟତୀତ ସେପ୍ଟେମ୍ବରର ସମସ୍ତ ଗାଇଡଲାଇନ ବଳବତ୍ତର ରହିବ ବୋଲି ଏସଆରସି କହିଲେ ।
ଅକ୍ଟୋରବ ମାସ ୧୫ ତାରିଖରେ ପଡୁଛି ଦଶହରା । ଟ୍ୱନସିଟିରେ ଦଶହରା ଜାକଜମକରେ ପାଳନ ହୋଇଥାଏ । ଦୁଇଟି ସହରରେ ଲୋକଙ୍କର ଭିଡ ଜମେ । ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ପୁଣି ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

 

Related posts

ମୁନିଗୁଡା ପୋଲିସ ଦ୍ୱାରା ୨୮ କେଜି ଗଞ୍ଜେଇ ଯବତ, ୫ ଜଣ ଗିରଫ

mahabharatanews

ଡାକ୍ତରଙ୍କ କାମୁଡାରେ ଛାତ୍ରୀ ଆହତ, ଥାନାରେ ମାମଲା

mahabharatanews

ବଢିଲା ବସ ଭଡା

mahabharatanews