ବିଶେଷ

ଦଲାଲ ସାମ୍ବାଦିକଙ୍କ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର: ନିକଟରେ ଫେସବୁକରେ ଏକ ପୋର୍ଟାଲ ପକ୍ଷରୁ ଖବର ସେୟାର ହୋଇଥିଲା, ଯେଉଁଥିରେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ୫୦ ଲକ୍ଷ ଟଙ୍କା ନେଇ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ସୁରକ୍ଷା ଦେଉଥିବା ଉଲ୍ଲେଖ ଥିଲା । ଏହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଗଲା । କ୍ରାଇମବ୍ରାଞ୍ଚ ତଦନ୍ତକରି ଜାଣିବାକୁ ପାଇଛି, ଖବରଟି ସମ୍ପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ । ପାଣ୍ଡିଆନଙ୍କ ସମ୍ମାନ ହାନୀ ପାଇଁ ଏପରି ଖବର ପ୍ରକାଶ ପାଇଥିଲା । ତେବେ ଏହି ସଂସ୍ଥାର ମାଲିକଙ୍କ ନାମ ଲାକ୍କା ରାଜସେଖର । ସେ ତେଲେଙ୍ଗାନାର ନାଲଗୋଣ୍ଡର ବାସିନ୍ଦା । ଏହାକୁ ନେଇ ଉକ୍ତ ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା ୪୬୫,୪୬୯, ୪୭୧ରେ ମାମଲା ରୁଜୁ କରାଯାଇଛି । କିଛି ୱେବ ପୋର୍ଟାଲ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭକୁ କଳୁଶିତ କରିବାକୁ ଅଣ୍ଟା ଭିଡିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ଗଣମାଧ୍ୟମକୁ କରୁଛନ୍ତି ଆୟୁଧ । ଖବରକୁ ମୋଡି ମକଚି କିମ୍ଭୁତ କିମ୍ଭାକାର କରି କରୁଛନ୍ତି ପରିବେଷଣ । ଅର୍ଥ ଉପାର୍ଜନ ପାଇଁ ରୋଚକ କିନ୍ତୁ ମିଥ୍ୟା ଖବର କରୁଛନ୍ତି ପରିବେଷଣ । ଗଣମାଧ୍ୟମ କହି ଲୋକଙ୍କ ଆଗରେ ରଖୁଛନ୍ତି ନିଛକ ମିଛ ଖବର, ଯାହା ସମସ୍ତ ଗଣମାଧ୍ୟମର ଗରିମା ନଷ୍ଟ କରୁଛି । ମହାମାରୀ କରୋନା କାଳରେ ବହୁ ୱେବ ପୋର୍ଟାଲର ଆବିର୍ଭାବ ହୋଇଛି । ଏହି ପୋର୍ଟାଲର ମାଲିକମାନେ କିଛି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ କରୁଛନ୍ତି ଅର୍ଥ ଆଦାୟ । ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ବ୍ଲାକମେଲ କରୁଛନ୍ତି । ମୋଟା ଅଙ୍କ ଦାବି କରିବା ସହ ଅର୍ଥ ନ ମିଳିଲେ ଖବର ପରିବେଷଣ କରିବାକୁ ଧମକ ଦେଉଛନ୍ତି । ଏଥିନେଇ ଗତ ଲକଡାଉନଠାରୁ ଏପର୍ଯ୍ୟନ୍ତ ବହୁ ନକଲି ଗଣମାଧ୍ୟମ ସଂସ୍ଥାରେ ତାଲା ପକାଯାଇଛି । ଅନେକଙ୍କୁ ଗିରଫ ମଧ୍ୟ କରାଯାଇଛି ।

ତଥାପି ଚେତୁ ନାହାନ୍ତି ଏହିପରି ଦଲାଲ ସାମ୍ବାଦିକମାନେ । ଏମାନଙ୍କ ପାଇଁ ସମସ୍ତ ସାମ୍ବାଦିକ ତଥା ଗଣମାଧ୍ୟମ ସଂସ୍ଥା ଲଜ୍ଜିତ ହେଉଛନ୍ତି । ଏବେ ପୋର୍ଟାଲ ନା ଶୁଣିଲେ ଲୋକେ ନାକ ଟେକୁଛନ୍ତି । ତେବେ ଖୁସି ଖବର କି ଏପରି କାମଳ ସାମ୍ବାଦିକଙ୍କ ଉପରେ ଅଙ୍କୁଶ ଲଗ।।ଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିକଟରେ ଏକ ପୋର୍ଟାଲର ମାଲିକ ରାଜ୍ୟର ଦୌଡ ରାଣୀ ଦୂତି ଚାନ୍ଦଙ୍କ ନାମରେ ମିଛ ଖବର ପରିବେଷଣ କରିଥିଲେ । ଏହାକୁ ନେଇ ହୋଇଥିଲା କାର୍ଯ୍ୟନୁଷ୍ଠାନ । ଉକ୍ତ ପୋର୍ଟାଲ ମାଲିକଙ୍କୁ ଗିରଫ ମଧ୍ୟ କରାଗଲା । ସେହିପରି କିଛି ମାସ ପୂର୍ବରୁ ଜଣେ ବ୍ୟବସାୟୀଙ୍କୁ ମାଡ ମାରି ଅର୍ଥ ଆଦାୟ କରିବା ଘଟଣାରେ ମଧ୍ୟ ଉକ୍ତ ସଂସ୍ଥାରେ ତାଲା ପଡିବା ସହ ସେମାନଙ୍କୁ ଗିରଫ କରାଯାଇଥିଲା । ଏହାକୁ ଦେଖିବା ପରେ ମନେ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଟିମ ଏବେ ଆକ୍ସନ ମୋଡରେ । ସାମାନ୍ୟତମ ମିଛ ଖବରକୁ ଆଉ ସରକାର କରିବେ ନାହିଁ ବରଦାସ୍ତ । ନିଆଯିବ ଷ୍ଟ୍ରିକ୍ଟ ଆକ୍ସନ

 

Related posts

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

mahabharatanews

ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ : କ୍ୟୁଆର କୋର୍ଡ ସହ ଆସିବ ପାନ୍ କାର୍ଡ

mahabharatanews