ଓଡିଶା

+୨ ଅସନ୍ତୁଷ୍ଟଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ ଏକ୍ଜାମ ଆଜିଠୁ ଆରମ୍ଭ ହୋଇଛି । ମାତୃଭାଷା, ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ହେବ । ତେବେ ପରୀକ୍ଷା କାଳରେ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କୋଭିଡ୍ କଟକଣା ଭିତରେ ପରୀକ୍ଷା ହଲକୁ ବିଶୋଧନ କରିବା ସହ ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି । ୧ ଅକ୍ଟୋବରରୁ ୧୧ ଆକ୍ଟୋବର ଯାଏ ଅନୁଷ୍ଠିତ ହେଉଛି । ସକାଳ ୧୦ରୁ ଦିନ ଗୋଟାଏ ଯାଏ କେବଳ ଗୋଟିଏ ସିଟିଂରେ ପରୀକ୍ଷା ହେଉଛି । ଅନ୍ୟପଟେ ରେଜଲ୍ଟ ପ୍ରକାଶ ପାଇବା ପରେ ଏହି ପିଲାଙ୍କ ପାଇଁ ଶେଷରେ ପୁଣିଥରେ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା।
ଚଳିତ ବର୍ଷ କରୋନା ପାଇଁ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । କିନ୍ତୁ କିଛି ଛାତ୍ରଛାତ୍ରୀ ଏହି ମୂଲ୍ୟାୟନରେ ସନ୍ତୁଷ୍ଟ ନ ଥିଲେ । ତେଣୁ ଏହି ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ରୀ ପରୀକ୍ଷା ବ୍ୟବସ୍ଥା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ କୋର୍ସରେ ମୋଟ ୧୩ ହଜାର ୪୩ ଜଣ ପିଲା ପରୀକ୍ଷା ଦେବେ। ସାରା ରାଜ୍ୟରେ ସିଏଚ୍ଏସ୍ଇ ଥିବା ୨୦୩ଟି ପରୀକ୍ଷା ହବ୍ ମଧ୍ୟରୁ ୧୮୫ଟି ହବକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଛି।

 

Related posts

ୟୁକୋ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

mahabharatanews

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

mahabharatanews

ପାରିବାରିକ ଅଶାନ୍ତି: ବିଷ ପିଇ ବାପ ପୁଅ ଗୁରୁତର

mahabharatanews