ଓଡିଶା

ଗୁମ୍ମା ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫

ଗଜପତି ଜିଲ୍ଲାର ,ଗୁମ୍ମା ବ୍ଳକ୍ ର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ତରଫରୁ ୧୮ ନଭେମ୍ବର ୨୦୨୫  ତାରିଖ ଦିନ ପ୍ରଥମ ବ୍ଲକ୍ ସ୍ତରୀୟ ମତ୍ସ୍ୟ  ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଆୟୋଜିତ ହୋଇଥିଲା। ଏହି ମେଳାରେ ୨୦ ଗୋଟି  ଗ୍ରାମ ପଞ୍ଚାୟତରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରୁ ସମୁଦାୟ ୪୦୦  ଜଣରୁ ଉର୍ଦ୍ଧ ଚାଷୀ ଭାଗ ନେଇଥିଲେ। ଡାଃ ପତିତପାବନ ରଥ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଗୁମ୍ମା ସ୍ଵାଗତ ଅଭିଭାଷଣ ପ୍ରଦାନ କରି ସଭାର ଉଦ୍ଦେଶ୍ୟ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଚେତନତା ସୃଷ୍ଟି କରିବା ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି  ପ୍ରଦୀପ ପ୍ରଜ୍ଵଳନ କରି ମେଳାକୁ ଉଦଘାଟନ କରିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ ମହୋଦୟଙ୍କ ବାର୍ତ୍ତା ପ୍ରଦର୍ଶନ ପରେ ସଭାକାର୍ଯ୍ୟ ପ୍ରାରମ୍ଭ ହେଇଥିଲା। ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।

ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି କିଭଳି ଚାଷୀଙ୍କ ଆୟ ବହୁଗୁଣିତ ହେବା ସହିତ ଯୁବାବର୍ଗ ସମନ୍ୱିତ କୃଷି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ବେକାରୀ ସମସ୍ୟାର ଦୂରୀକରଣ କରି ସମୃଦ୍ଧି ଲାଭ କରି ପାରିବେ ତାହା ମୁଖ୍ୟଅତିଥି ସଚେତନ କରିଥିଲେ। ଏହି ମେଳାରେ ମୁଖ୍ୟ ବକ୍ତା ଭାବରେ ଉପନିର୍ଦ୍ଦେଶକ ଡାଃ ବିଧୁତ୍ ଶେଖର ମିଶ୍ର ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିରୋଦ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ଏସ୍ ସେଶଗିରି, ପ୍ରତିନିଧି ମାନ୍ୟବର ସାଂସଦ ବ୍ରହ୍ମପୁର, ଶ୍ରୀମତୀ ସୁନେମି ମଣ୍ଡଳ ପଞ୍ଚାୟତ ଅଧ୍ୟକ୍ଷା, ଶ୍ରୀ ଏସ. ଶ୍ରୀନିବାସ ରାଓ, ପଞ୍ଚାୟତ ଉପାଧ୍ୟକ୍ଷ, ଶ୍ରୀମତୀ ରେଣୁକା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଜୋନ -୩, ଶ୍ରୀ ଶରତ ଶବର, ତହସିଲଦାର, ଡାଃ ପାର୍ଥ ପଣ୍ଡା, ଅଧିକ୍ଷକ ଗୋଷ୍ଠୀ ଚିକିତ୍ସାଳୟ, ଶ୍ରୀ ଆକାଶ କୁମାର ଦିଗାଲ, ADWO,LSDA ଆଦି ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରଣ୍ଡି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ମେଳାରେ  ୮ ଜଣ ଶ୍ରେଷ୍ଠ ପ୍ରାଣିପାଳକ ଓ ମତ୍ସ୍ୟ ଚାଷୀ (ମତ୍ସ୍ୟ ବିଭାଗରୁ ୪ ଜଣ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗରୁ ୪ ଜଣ)ଙ୍କୁ ସମ୍ବର୍ଦ୍ଧନା, ୧୦୦୦/- ଟଙ୍କା ନଗଦ ପୁରସ୍କାର ରାଶି ,ଉତ୍ତରୀୟ, ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ଏହି ମେଳାରେ ଗୋ ପାଳନ ଯୋଜନାରେ  ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ବ୍ଲକ୍ କଳା ସାଂସ୍କୃତିକ ସଂଘ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା କୁ ନେ଼ଇ ପାରମ୍ପରିକ ନୃତ୍ୟ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିଲା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ମେଳା ରେ ଡାକ୍ତର ପ୍ରଭଞ୍ଜନ ପ୍ରଧାନ ,ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ,MVU,ଶ୍ରୀ ପ୍ରକାଶ ସେଠି ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ, ଗୁମ୍ମା ବ୍ଲକ୍ ର ସମସ୍ତ ପ୍ରାଣିଧନ ନିରିକ୍ଷକ ,ଏବଂ ସମସ୍ତ ସହଯୋଗୀ କର୍ମଚାରୀ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ବିଭିନ୍ନ ପଞ୍ଚାୟତର ପ୍ରାଣୀମିତ୍ର ଏବଂ ବ୍ଲକ୍ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ସହଯୋଗ କରିଥିଲେ। ଡାଃ ରାଜାରାମ ଖଟୁଆ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଗୁମ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

mahabharatanews

ଶପଥ ଗ୍ରହଣ କଲେ ଦୁଇ ନୂତନ ବିଚାରପତି

mahabharatanews