ଭାରତ

ଭୂସ୍ଖଳନରେ ଭୁଶୁଡିଲା ୮ ମହଲା କୋଠା

ସିମଲା: ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନ ଏମିତି ଭୟଙ୍କର ଥିଲା କି ଭୁଶୁଡି ପଡିଲା ୮ ମହଲା କୋଠା । ସିମଲାର କଚ୍ଚିଘାଟ ଅଞ୍ଚଳରେ ଭୂସ୍ଖଳନ ଘଟି ଏକ ୮ ମହଲା କୋଠା ଭୁଶୁଡ଼ି ପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଲଗାଣ ବର୍ଷା ଯୋଗୁ ଏହି ପୁରୁଣା କୋଠା ଭୁଶୁଡିବା ଆଶଙ୍କାରେ କିଛି ଦିନ ପୂର୍ବରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା ପ୍ରଶାସନ । ତେଣୁ ଏକ ବିରାଟ ବିପଦକୁ ଏଡାଇ ଦେଇ ପାରିଛି ରାଜ୍ୟ ପ୍ରଶାସନ ।
ସିମଲାରେ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିଲା । କଚ୍ଚିଘାଟ ଅଞ୍ଚଳରେ ରହି ଥିବା ଏକ ୮ ମହଲା କୋଠାକୁ ଭୁଶୁଡିବା ଆଶଙ୍କା ସୃଷ୍ଟି ହୋଇଥିଲା । ତେଣୁ କିଛି ଦିନ ପୂର୍ବରୁ ସ୍ଥାନୀୟ ପ୍ରଶାସନ କୋଠା ଖାଲି କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲା ଓ ସେଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରି ଦେଇଥିଲା । ତେବେ ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟି ସେହି କୋଠାଟି ଭୁଶୁଡି ପଡିଛି । ଅନ୍ୟପଟେ ଏବେ ମଧ୍ୟ ବହୁ କୋଠା ବିପଦଶଙ୍କୁଳ ଅବସ୍ଥାରେ ଥିବା ସ୍ଥାନୀୟ ପ୍ରଶାସନ ଚିହ୍ନଟ କରିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

Related posts

୨୯ରେ ହେବ କେଜ୍ରିୱାଲଙ୍କ ଶୁଣାଣି

mahabharatanews

ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ,ଭାରତୀୟ ସମ୍ପ୍ରଦାୟର ଲୋକମାନେ କଲେ ସ୍ୱାଗତ

mahabharatanews

ଇ-ମେଲ୍ ଆଇଡିକୁ ମିଳିବ ବ୍ଲୁ ଟିକ୍

mahabharatanews