ଭୁବନନେଶ୍ୱର : ରାଜ୍ୟରେ ପୁଣି କନ୍ଦେଇବା ଆରମ୍ଭ କଲାଣି ପିଆଜ । ସମୟ ପୂର୍ବରୁ ପିଆଜ ଦର ଦୁଇ ଦିନରେ ୨୦ ଟଙ୍କା ବଢିଛି । ଏହି ଦଳ ବୃଦ୍ଧି ତୈଳ ଦର ବୃଦ୍ଧି ପାଇଁ ହୋଇଥିବା କିଛି କହୁଥିବା ବେଳେ କିଛି କହୁଛନ୍ତି ବର୍ଷା ପାଇଁ ନାସିକରେ ପିଆଜ ଗୋଦାମରେ ପାଣି ପସିଯିବାରୁ ବହୁ ପରିମାଣର ପିଆଜ ନଷ୍ଟ ହୋଇଯାଇଛି । ତେବେ ମାତ୍ର ଦୁଇ ଦିନ ବ୍ୟବଧାନରେ ପିଆଜ ଦର ଏକା ଥରକେ ୨୦ ଟଙ୍କା ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ ।
କିଛି ଦିନ ପୂର୍ବରୁ ବଜାରରେ ପିଆଜ ଦର ୧୫ ଟଙ୍କା ଥିଲା । ଦୁଇ ଦିନ ତଳେ ଏହା ୩୫ରେ ପହଞ୍ଚିଥିବା ବେଳେ ଆଜି ଏକା ଥରକେ ଦରରେ ପର ଲାଗି ଯ।।ଇଛି । ଥରକେ ୨୦ ଟଙ୍କା ବଢାଇଦେଇଛନ୍ତି ବେପାରୀ । ଆଜି ଭୁବନେଶ୍ୱରରେ ୪୫ରୁ ୫୦ ଟଙ୍କାରେ ପିଆଜ ବିକ୍ରି ହେଉଛି । ଲଗାଣ ବର୍ଷା ଫଳରେ ନାସିକର ଗୋଦାମ ଗୁଡ଼ିକ କ୍ଷତିଗ୍ରସ୍ତ ହେବାରୁ ପିଆଜ ନଷ୍ଟ ହୋଇଯାଇଛି । ଆଉ ଏଥିଯୋଗୁଁ ଦର ବୃଦ୍ଧି ପାଉଛି ।
ନାସିକରେ ପିଆଜ କ୍ୱିଣ୍ଟାଲ ପିଛା ୨୪୦୦ ଟଙ୍କାରେ ପହଞ୍ଚିଛି । ତିନିଦିନ ତଳେ ନାସିକରେ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୪୦ରୁ ୪୫ ଟଙ୍କା ହୋଇଛି । ତାହାର ସିଧାସଳଖ ପ୍ରଭାବ ଓଡ଼ିଶାର ବଜାର ଉପରେ ପଡ଼ିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।
