ଓଡିଶା

ବାୟୁ ବୀରଙ୍କୁ ଯୁବ ଶିଳ୍ଳ୍ପୀ ଶ୍ୱାସତଙ୍କ ଶୁଭେଚ୍ଛା

ଗୋପ/ ଜୟନ୍ତ ସେଠୀ: ୮ ଅକ୍ଟୋବର ଭାରତୀୟ ନେସନାଲ ଏୟାର ଫୋର୍ସ ଡେ । ବିଶେଷ କରି ଦେଶର ସୁରକ୍ଷାକୁ ନେଇ ଯେଉଁ ଦକ୍ଷ ପାଇଲଟମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ ହେଉଛି ମୁଖ୍ୟ ଉଦେଶ୍ୟ। ଏହି ଅଵସରରେ ପୁରୀ ଯୁବ ଆର୍ଟିଷ୍ଟ ଶ୍ୱାସତ ରଂଜନ ସାହୁ ଏକ ନିଆରା ଢଙ୍ଗରେ ବାୟୁ ବିର ମାନଙ୍କୁ ଦେଇଛନ୍ତି ଶୁଭେଚ୍ଛା । ସେ ୧୩୬୦ ଟି ଡିଆସିଲି କାଠିରେ ଭାରତର ପ୍ରଥମ ତଥା ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇ ଥିବା ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍ମାର୍ଡନରେ ଥିବା ପ୍ରଥମ ଯୁଦ୍ଧ ବିମାନର ପ୍ରତିକୃତି ତିଆରି କରିଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ଦିଆସିଲି କାଠିରେ ନିର୍ମିତ ଏହି କଳାକୃତି ତଥା ବିମାନର ଲମ୍ଵ ୩୩ ଇଞ୍ଚ ଓ ଓସାର ୪୦ ଇଞ୍ଚ ରହିଛି।

 

Related posts

‘ବଲ୍ଲେ ବଲ୍ଲେ ଢାବା’: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା

mahabharatanews

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ଉପସଭାପତି ପଦରୁ ବିଦା ସୌମ୍ୟ

mahabharatanews