ଓଡିଶା

ଦୈନିକ ସଂକ୍ରମଣର ୪୦ ପ୍ରତିଶତ ଭୁବନେଶ୍ୱରରୁ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିନ୍ତୁ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଉଛି। ରାଜ୍ୟରେ ଚିହ୍ନଟ ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି । । ଏହାକୁ ଦୃଷ୍ଟିରେ ରଖି ପ।।ର୍ବଣ ସମୟରେ ଆମକୁ ସଚେତନ ରହିବାକୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଏତେ ସଚେତନତା ସତ୍ତେ୍ୱ ବଜାର ଘାଟରେ ଲେ।।କେ ଭିଡ କରୁଛନ୍ତି । ଆଗକୁ ପୁଣି ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ସଂକ୍ରମଣ ବୃଦ୍ଧିର ସମ୍ଭାବନା ଦେଖାଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିଲା । ମାତ୍ର ତେଣୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନକରିବେ, ଭିଡ଼କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ ଆମେ ନିର୍ଦେଶ ଦେଇଛୁ । ଏହା ବାଦ ଆମେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରୁଛୁ ସମସ୍ତେ ସଚେତନ ହୁଅନ୍ତୁ । ବାହାରେ ଅଯଥା ଗହଳି କରନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ମହାପାତ୍ର ।

 

Related posts

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ; ପରେ ପୋଲ ଉପରୁ ଠେଲି ଦେଇଥିଲେ

mahabharatanews

୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

mahabharatanews

ଫେରିଥିବା ଦାଦନଙ୍କ ନାମ ପଞ୍ଜିକରଣ

mahabharatanews