ଓଡିଶା

କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚଳାଇଛନ୍ତି ତାଲିବାନ ଶାସନ: କାର୍ୟ୍ୟାନୁଷ୍ଠାନ ଦାବି

କଟକ/ ଜଗନ୍ନାଥ ମହାନ୍ତି: ଦିନକୁ ଦିନ କଟକ ବଡ଼ ମେଡିକାଲ ଅସୁରକ୍ଷିତ ହୋଇପଡୁଛି । ମେଡିକାଲ ପରିସରରେ ସିକ୍ୟୁରିଟି ଗାର୍ଡ ଚଳାଇଛନ୍ତି ତାଲିବାନୀ ଶାସନ । ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମେଡିକାଲ ପରିସରରେ ଅସୁରକ୍ଷିତ ମଣୁଛନ୍ତି ନିଜକୁ । ଅସହାୟ ରୋଗୀମାନଙ୍କୁ ସହଯୋଗ କରିବାକୁ ଆସୁଥିବା ସମାଜସେବୀମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି।
ମେଡିକାଲର ସୁରକ୍ଷା ତଥା ରୋଗୀଙ୍କ ଧନ ଜୀବନ ରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ମୁତୟନ ହେ।।ଇଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ସିକ୍ୟୁରୀଟି ଗାର୍ଡମାନେ ସେଠାରେ ଚଳାଇଛନ୍ତି ତାଲିବାନ ଶାସନ । କଟକ ବଡ଼ ମେଡିକାଲ ମଧ୍ୟରେ ସିକ୍ୟୁରିଟି ଗାର୍ଡମାନଙ୍କର ଅକଥନୀୟ ଅତ୍ୟାଚାର ଓ ମନମୁଖୀ କର୍ୟ୍ୟକୁ ବିରୋଧ କରି ସାମାଜିକ ସଂଗଠନ ହିନ୍ଦୁସେନା ପକ୍ଷରୁ ଏସ ସି ବି ସୁପରିଟେଣ୍ଡେଣ୍ଟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଖାଲି ଆକ୍ରମଣ ନୁହେଁ ବରଂ ଉକ୍ତ ସିକ୍ୟୁରିଟିଗାର୍ଡମାନଙ୍କ ଦ୍ୱାରା ରୋଗୀଙ୍କ ସମ୍ପର୍କୀୟମାନଙ୍କର ଗାଡିକୁ ମଧ୍ୟ ଭିତରକୁ ଛଡ଼ା ଯାଉ ନାହିଁ । ଫଳରେ ନାନାଦି ସମସ୍ୟା ଭୋଗୁଛନ୍ତି ଏଠାକୁ ଆସୁଥିବା ଲୋକେ। ଯଦି ୭ ଦିନ ମଧ୍ୟରେ ଉକ୍ତ ସିକ୍ୟୁରିଟି ସଂସ୍ଥା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଯାହା ହେବ ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Related posts

କମିଲା ଭୂତଳ ଜଳସ୍ତର, ବଢ଼ିଲା ସରକାରଙ୍କ ଚିନ୍ତା…

mahabharatanews

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

mahabharatanews

ଡିଜିଟାଲ ଆରେଷ୍ଟର ଶିକାର ହେଲେ ରାଜଧାନୀର ମହିଳା

mahabharatanews