ଅପରାଧ

ମନ୍ଦିରର ଚାବି ଭାଙ୍ଗି ଚୋରି

ସେକ ଫଇଜାନ କାଦରୀ/ ଭଦ୍ରକ: ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଦୈସିଂ ପଞ୍ଚାୟତ ଭିମପୁର ରାମମନ୍ଦିରରୁ ଚେ।।ରି । ବିଳମ୍ବିତ ରାତିରେ ମନ୍ଦିରର ଚାବି ଭାଙ୍ଗି ଚୋରେୀ କରି ନେଇଛନ୍ତି ଚୋର । ଏନେଇ ଅଭିଯେ।।ଗ ପରେ ପୁଲିସ ଆରମ୍ଭ କରିଛି ତଦନ୍ତ ।
ଦୈସିଂ ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିରରୁ କାଲି ବିଳମ୍ବିତ ରାତିରେ ମନ୍ଦିର ଚାବି ଭାଙ୍ଗି ଚୋର ମନ୍ଦିର ଭିତରୁ ରାମ ସୀତା ଲକ୍ଷ୍ମଣଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି କରିବା ସହ ମନ୍ଦିର ଭିତରେ ଥିବା ଭେଟି ଥାଳିରୁ ଭେଟି ଟଙ୍କା ନେଇଯାଇଛନ୍ତି। ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ମନ୍ଦିର ପୂଜାରୀ ଗ୍ରାମାଞ୍ଚଳ ଥାନାରେ ଏକ ଏତଲା ଦେଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Related posts

ଝିଅକୁ ମାରି ବାପାର ଆତ୍ମହତ୍ୟା !

mahabharatanews

ଟ୍ରକଡ୍ରାଇଭରକୁ ମରଣାନ୍ତାକ ଆକ୍ରମଣ କରି ଲୁଟିନେଲେ ୨୬.୫୦୦ ଟଙ୍କା

mahabharatanews

୧ କୋଟିରୁ ଅଧିକ ନିଶା ସାମଗ୍ରୀ ଜବତ

mahabharatanews