ଭାରତ

କ୍ଷୁଧା ନିବାରଣ କ୍ଷେତ୍ରରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ

ଭୁବନେଶ୍ୱର: ପ୍ରକାଶ ପାଇଲା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ୱ କ୍ଷୁଧା ସୂଚକାଙ୍କ । ଏହି ହଙ୍ଗର ଇଣ୍ଡେକ୍ସରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିରୁତ୍ସାହଜନକ ରହିଛି । ଏହି ତାଲିକାରେ ଭାରତର ସ୍ଥାନ ରହିଛି ୧୦୧ । ମୋଟ ୧୧୬ଟି ରାଷ୍ଟ୍ରକୁ ନେଇ କ୍ଷୁଧା ଉପରେ ହୋଇଥିବା ସର୍ବେକ୍ଷଣରେ ଭାରତ ରହିଛି ୧୦୧ ନମ୍ବରରେ । ଅର୍ଥାତ୍ ଭାରତ ତଳେ ରହିଛି ମାତ୍ର ୧୫ଟି ରାଷ୍ଟ୍ର ।
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ଟି ରାଷ୍ଟ୍ର ମଧ୍ୟରୁ ଭାରତ ୧୦୧ ସ୍ଥାନରେ ରହିଥିବା ବେଳେ ପାପୁଅ ନ୍ୟୁ ଜିନିଆ ରହିଛି ୧୦୨, ଆଫଗାନିସ୍ତାନ-୧୦୩, ନାଇଜେରିଆ-୧୦୪, କଙ୍ଗୋ-୧୦୫, ମୋଜାମ୍ବିକ୍ୟୁ-୧୦୬, ସିନରାଲେଓନେ- ୧୦୭, ତିମୋର ଲେଷ୍ଟେ- ୧୦୮, ହାଇତି-୧୦୯, ଲିବିରିଆ-୧୧୦, ମାଦାଗାସ୍କେର–୧୧୧, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ-୧୧୨, ଚଦ-୧୧୩, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ-୧୧୪, ୟେମେନ-୧୧୫, ସୋମାଲିଆ-୧୧୬ ରହିଛନ୍ତି ।
୨୦୧୫ ପରଠାରୁ ଭାରତ କ୍ଷୁଧା ନିବାରଣ କ୍ଷେତ୍ରରେ ବିଫଳତା ହ୍ରାସ କରୁଥିବା ଦେଖିବାକୁ ମିଳିଛି । ୨୦୧୫ରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୧୦୧ ସ୍ଥାନରେ ରହିଛି । ତେବେ୨୦୧୮ ମସିହା ଠାରୁ ଚଳିତ ବର୍ଷର ପ୍ରଦର୍ଶନ ସନ୍ତୋଷଜନକ ରହିଛି । ୨୦୧୮ରେ ଭାରତ ଆଉ ୨ଟି ସୋପାନ ତଳକୁ ଖସି ୧୦୩ତମ ସ୍ଥାନରେ ଥିଲା । ୨୦୧୫ ପରଠାରୁ କ୍ଷୁଧା ନିବାରଣ କ୍ଷେତ୍ରରେ ଭାରତର ସ୍ଥାନ ଯଥାକ୍ରମେ: ୨୦୧୫- ୮୦, ୨୦୧୬- ୯୭, ୨୦୧୭-୧୦୦, ୨୦୧୮-୧୦୩, ୨୦୧୯-୧୦୨, ୨୦୨୦-୯୨, ୨୦୨୧-୧୦୧ ରହିଛି ।

Related posts

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews

ସୁସ୍ଥ ଅଛନ୍ତି ସଦଗୁରୁ 

mahabharatanews

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

mahabharatanews