ଅପରାଧ

ପ୍ରିୟଙ୍କାଙ୍କ ନିକଟରେ ଦୁଃଖ କହିଲେ ଅରୁଣ ବାଲ୍ମୀକିଙ୍କ ପରିବାର

ନୂଆଦିଲ୍ଲୀ: ପୁଲିସ ହାଜତରେ ମୃତ୍ୟୁବରଣ କରିଥିବା ଅରୁଣ ବାଲ୍ମୀକିର ୭୦ ବର୍ଷୀୟା ବୃଦ୍ଧା ମା କମଳାଦେବୀ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରିଛନ୍ତି । ବୁଧବାର ସଂଧ୍ୟ।।ରେ ପ୍ରିୟଙ୍କା ମୃତକଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ମଙ୍ଗଳବାର ରାତିରେ ଅରୁଣ ପୁଲିସ ହାଜତରେ ମୃତ୍ୟୁ ବରଣ କରିଥିଲେ । ଆଗ୍ରାର ଜଗଦିଶପୁର ଥାନା ପୁଲିସ ତାଙ୍କୁ ୨୫ ଲକ୍ଷ ମୂଲ୍ୟର ସୁନା ଚୋରି ଘଟଣାରେ ତାଙ୍କୁ ଗିରଫ କରିଥିଲା ।
ମୃତକଙ୍କ ପରିବାର ପୁଲିସକୁ ପୁଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି । କମଳାଦେବୀ କହିଛନ୍ତି, ତାଙ୍କ ପୁଅ କଦାପି ଚୋରି କରି ପାରିବ ନାହିଁ । ଟଙ୍କା ପୁଲିସ ଚୋରି କରି ନେଇଛି । ଅରୁଣ ସେମାନଙ୍କ ନାମ ଜାଣିଥିଲା । ଏହି ଘଟଣାରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ତାକୁ ହତ୍ୟ।। କରାଯାଇଛି । କମଳା ଦେବି ଏହା କହୁକହୁ ବେହୋସ ହୋଇଯାଇଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅରୁଣଙ୍କ ପତ୍ନୀ ସୋନମ ପ୍ରିୟଙ୍କାଙ୍କୁ କହିଥିଲେ, ପୁଲିସ ଷ୍ଟେସନରେ ତାଙ୍କୁ ୫ ଦିନ ରଖାଯାଇଥିଲା । ସେ ଆହୁରି କହିଥିଲେ, ଏସଏଚଓ ଆମକୁ ଘର ବିକ୍ରି କରିବାକୁ କି ଋଣ ନେବାକାୁ ବାଧ୍ୟ କରିଥିଲେ, ଯେମିତି ପୁଲିସ ଚେ।।ରି ୨୫ ଲକ୍ଷ ଆମଠାରୁ ଉଦ୍ଧାର କରିପାରିବ । ଆମକୁ ଧମକ ଦିଆଯାଇଥିଲା, ଯଦି ଏପରି ନ କରୁ ଆମକୁ ସାରା ଜୀବନ ଜେଲରେ କଟାଇବାକୁ ପଡିବ ।

Related posts

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

mahabharatanews

ଦନ୍ତା ଆକ୍ରମଣରେ ମହିଳା ଗୁରୁତର

mahabharatanews

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews