ଓଡିଶା

ମହିଳା ମହାବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଉଦ୍ୟମରେ ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସର ଠାରେ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ମହାବିଦ୍ୟାଳୟ ପରିସରରେ ପଡିଥିବା ପ୍ଲାଷ୍ଟିକ୍ ବୋତଲ,ପ୍ୟାକିଂ ଜରିକୁ ସଂଗ୍ରହ କରାଯାଇ ଏକତ୍ର କରାଯାଇଥିଲା । ନିଜେ ସ୍ବଛ ରହିବା ସହ ପରିବେଶ କିପରି ପରିସ୍କାର ପରିଛନ୍ନ ରହିବ ସେ ସଂପର୍କରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ସଚେତନ କରିଥିଲେ । ପ୍ଲାଷ୍ଟିକ ସାମଗ୍ରୀ ଆଜି ଆମ ପାଇଁ କିପରି ବିରାଟ ସମସ୍ୟା ହୋଇ ଠିଆ ହୋଇଛି, ସେ ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଡକ୍ରସ କାଉଁନସିଲର ଶୋଭା ଚୌଧୁରୀ, ଅଧ୍ୟାପକ ଶ୍ରୀକାନ୍ତ ସାମଲ ଏବଂ ଗୀତାଞ୍ଜଳି ରଥ ପ୍ରମୁଖ ଯୋଗ ଦେଇଥିଲେ ।

Related posts

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews

ଘୋଡାହାଡ ଡ୍ୟାମର ମୁଖ୍ୟ ଦ୍ୱାର ପୂଜା

mahabharatanews

ନାରାୟଣ କଲୋନୀ କୁଷ୍ଠାଶ୍ରମରେ ଜିଲ୍ଲା ରେଡକ୍ରସ ତରଫରୁ ପନିପରିବା ବଣ୍ଟନ

mahabharatanews