ନୂଆଦିଲ୍ଲୀ: ଏକ ନୂତନ ତଥ୍ୟ ମୁତାବକ ଭାରତରେ ୩୩ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର । ଏମାନଙ୍କ ମଧ୍ୟରୁ ୧୭.୭ ଲକ୍ଷ ଶିଶୁ ଅର୍ଥାତ୍ ଅର୍ଦ୍ଧାଧିକ ଶିଶୁ ଗମ୍ଭୀର ରୂପେ କୁପୋଷିତ । ଗମ୍ଭୀର ରୂପେ କୁପୋଷିତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ମହାରାଷ୍ଟ୍ର, ବିହାର, ଗୁଜୁରାଟରେ ରହିଛନ୍ତି । ଏପରି ରିପୋର୍ଟ ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ ଆରଟିଆଇ ଅନ୍ତର୍ଗତ ଉତ୍ତରରେ ଦେଇଛନ୍ତି । ପିଟିଆଇ ଦ୍ୱାରା ମନ୍ତ୍ରଣାଳୟକୁ ପ୍ରଶ୍ନ କରାଯାଇଥିଲା । ଆରଟିଆଇ ତଥ୍ୟ ଅନୁଯାୟୀ, ୩୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନେଇ ଏହି ସର୍ଭେ ରିପୋର୍ଟ ପର୍ଯ୍ୟବେଶିତ । ଏଥିରେ ମୋଟ ୩୩,୨୩,୩୨୨ ଶିଶୁ କୁପୋଷଣର ଶିକାର ହୋଇଛନ୍ତି ।
ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, କରୋନା ମହାମାରୀରେ ଗରିବରୁ ଗରିବତ୍ତମ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଆହୁରି ପ୍ରଭାବିତ ହୋଇପାରେ । ଏହା ଉପରେ ଚିନ୍ତା ବ୍ୟକ୍ତକରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ୧୪ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଭାରତରେ ୧୭.୭୬ ଲକ୍ଷ ଶିଶୁ ଅତ୍ୟନ୍ତ କୁପୋଷିତ ଓ ୧୫.୪୬ ଲକ୍ଷ ଅଳ୍ପ କୁପୋଷିତ ଥିଲେ । ତଥାପି ଏହି ଅଙ୍କ କିଛି କମ ସାଂଘାତିକ ନୁହେଁ । କାରଣ ଗତ ନଭେମ୍ବର ଠାରୁ ଏହି ଅଙ୍କ ତୁଳନାମô୍କଭାବେ ଅଧିକ ଚିନ୍ତାଜନକ । ୨୦୨୦ ନଭେମ୍ବର ଓ ୧୪ ଅକ୍ଟୋବର ୨୦୨୧ ମଧ୍ୟରେ ଅତ୍ୟନ୍ତ କୁପୋଷଣ ଶିଶୁଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି, ଯାହା ଏବେ ୯.୨୭ ଲକ୍ଷରୁ ବୃଦ୍ଧି ପାଇ ୧୭.୭୬ ଲକ୍ଷରେ ପହଞ୍ଚିଛି ।
ଆରଟିଆଇ ତଥ୍ୟ ମୁତାବକ, ମହାରାଷ୍ଟ୍ରରେ କୁପୋଷିତ ଶିଶୁଙ୍କ ସଂଖ୍ୟ।। ସର୍ବାଧିକ ୬.୧୬ ଲକ୍ଷ ରେକର୍ଡ ହୋଇଛି, ଯେଉଁଥିରେ ୧,୫୭,୯୮୪ ଶିଶୁ ଅଳ୍ପ କୁପୋଷିତ ଓ ୪,୫୮,୭୮୮ ଶିଶୁ ଅତ୍ୟନ୍ତ କୁପୋଷଣର ଶିକାର । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ବିହାର ରହିଛି, ଯେଉଁଠି ୪,୭୫,୮୨୪ ଲକ୍ଷ ଶିଶୁ କୁପୋଷଣର ଶିକାର । ସେହିପରି ତୃତୀୟ ନମ୍ବରରେ ରହିଛି ଗୁଜୁରାଟ, ୩.୨୦ ଲକ୍ଷରେ । ଅନ୍ୟ ରାଜ୍ୟ କଥା କହିବା ତ ଆନ୍ଧ୍ର ପ୍ରଦେଶରେ ୨,୬୭,୨୨୮(୬୯,୨୭୪ ସାମାନ୍ୟ କୁପୋଷଣ, ୧,୯୭,୯୫୪ ଅତି କୁପୋଷଣ) । କର୍ଣ୍ଣାଟକରେ ୨,୪୯,୪୬୩ ଲକ୍ଷ, ଉତ୍ତର ପ୍ରଦେଶରେ ୧,୮୬ ଲକ୍ଷ, ତାମିଲ ନାଡୁରେ ୧.୭୮ ଲକ୍ଷ, ଆସାମରେ ୧.୭୬ଲକ୍ଷ, ତେଲେଙ୍ଗାନାରେ ୧.୫୨ ଲକ୍ଷ, ଦିଲ୍ଲୀରେ ୧.୧୭ ଲକ୍ଷ କୁପୋଷଣର ଶିକାର ହୋଇଛନ୍ତି ।
ଅନ୍ୟପଟେ ଗ୍ଲୋବଲ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ ୧୦୧ ରହିଛି, ଯାହା ପାକିସ୍ତାନ, ବାଙ୍ଗଲାଦେଶ ଓ ନେପାଳଠୁ ବି ପଛରେ ରହିଛି । ଗତବର୍ଷ ଭାରତ ବିଶ୍ୱ ହଙ୍ଗର ଇଣ୍ଡେକ୍ସରେ ୯୪ ସ୍ଥାନରେ ରହିଥିଲା ।ା
previous post