ଓଡିଶା

ଦିୱାଲୀ ପରେ ରାଜ୍ୟରେ ଶୀତର ପ୍ରକୋପ

ଭୁବନେଶ୍ୱର: ଦିୱାଲୀ ପରେ ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେବାରେ ଲାଗିଛି । ରାଜ୍ୟବ୍ୟାପୀ ଶୀତଳ ଲହରୀ ଜାରି ରହିଛି । ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇଛି । ରବିବାର ରାତିରେ ଓଡିଶାର ୮ ଟି ସ୍ଥାନରେ ରାତିର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଥିବା ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଓଡିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଡାରିଙ୍ଗବାଡିରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ପ୍ସ ସେଲସିୟସ ରେକର୍ଡ କରାଯାଇଥିଲା। ଏହା ରାଜ୍ୟର ସବୁଠାରୁ ଶୀତଳ ସ୍ଥାନ ଥିଲା । ଏହା ପରେ ଫୁଲବାଣୀରେ ରାତିର ତାପମାତ୍ରା ୧୧.୫ ପ୍ସ ସେଲସିୟସ, କୋରାପୁଟରେ ୧୨ ପ୍ସ ସେଲସିୟସ, କେଉଁଝରରେ ୧୩.୫ ପ୍ସ ସେଲସିୟସ, ଭବାନୀପାଟନାରେ ୧୪.୨ ପ୍ସ ସେଲସିୟସ ଏବଂ ଝାରସୁଗୁଡା, ଟିଟିଲାଗଡ ୧୪.୮ ପ୍ସ ସେଲସିୟସ ଏବଂ ସୋନେପୁରରେ ୧୪.୮ ପ୍ସ ସେଲସିୟକୁ ଖସି ଆସିଛି ବୋଲି ପାଣିପାଗ ରିପୋର୍ଟରେ ଦର୍ଶାଯାଇଛି।

Related posts

ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

mahabharatanews

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି, ଆସନ୍ତାକାଲି ଯାଏଁ ବର୍ଷା ସମ୍ଭାବନା

mahabharatanews