ଭାରତ

ମରୋଣତ୍ତର ଭାବେ ସୁଷମା ସ୍ୱରାଜ, ଅରୁଣ ଜେଟଲୀ ପଦ୍ମ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ: ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ପୁରସ୍କାର ମଧ୍ୟରୁ ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଓ ଅବଶିଷ୍ଟଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଆଜି ରାଷ୍ଟ୍ରପତି ଭବନର ଅଶୋକା ହଲ୍ରେ ଏକ ବର୍ଣ୍ଣାଢ଼ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।
ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ମରୋଣତ୍ତର ଭାବେ ଦିବଙ୍ଗତ ସଙ୍ଗୀତଜ୍ଞ ଏସପି ବାଲାସୁବ୍ରମଣ୍ୟମଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓଶିଶ।।ର ପ୍ରସିଦ୍ଧ ଭାସ୍କର୍ୟ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ମେଡିସନ୍ ପାଇଁ ବିଏମ୍ ହେଗଡେ, ଐତିହାସିକ ବିବି ଲାଲ୍, ଏବଂ ବିଧି ମୁତାବକ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରହିଛନ୍ତି । ସେହିପରି ପଦ୍ମ ଭୂଷଣରେ ମରଣୋତ୍ତର ଭାବେ ରାମବିଲାସ ପାସଓ୍ବାନ, କେସୁଭାଇ ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଅରୁଣ ଜେଟଲୀ, ଜର୍ଜ ଫଡନାନ୍ଡିଜ ସମ୍ମାନିତ ହୋଇଥିବା ବେଳେ ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ମଧ୍ୟ ପଦ୍ମ ଭୂଷଣ ସମ୍ମାନ ଦିଆଯାଇଛି ।
କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି । ଦେଶର ପ୍ରଥମ ମହିଳା ଏୟାର ମାର୍ସଲ ପଦ୍ମା ବନ୍ଧୋପାଧାୟ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ୫ ଥରର ମୁଖ୍ୟମନ୍ତ୍ରୀ ଏସଜି ଜମିର, ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁ, ମହିଳା ହକି ଟିମ୍ କ୍ୟାପଟେନ୍ ରାଣୀ ରାମପାଲ୍, ଅଭିନେତ୍ରୀ କଙ୍ଗନା ରାଣାୱତ, ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି ।

Related posts

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

mahabharatanews

୩୧ ତାରିଖରେ ହଟିବାକୁ ଯାଉଛି କରୋନା କଟକଣା

mahabharatanews

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନ ହିଂସା,ପୁଣି ୩ ମୃତ  

mahabharatanews